ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଖାତିରି କଲେ ନାହିଁ ଆରଡି ଜେଇ ; ମାସକତଳେ ଯେତିକି କାମ ହୋଇଥିଲା ତା ପର ଠାରୁ ଗାଣ୍ଡୁଆଟେ ମାଟି ପଡିନାହିଁ
ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅଣ ଦେଖା କରିଛନ୍ତି ସତ୍ୟବାଦୀ ଗ୍ରାମ୍ୟ ଗୃହ ଓ ରାସ୍ତା ର୍ନିମାଣ ବିଭାଗର ଜେଇ ବୋଲି ଗୋପବନ୍ଧୁ ପ୍ରେମୀ ମାନେ ଅଭିଯୋଗ ଆଣିଛନ୍ତି । ସୁଚନାଯୋଗ୍ୟ ଯେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକର ଉତ୍କଳମଣି ଗୋପବନ୍ଧୁ ଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଗ୍ରାମକୁ ରାଜ୍ୟ ସରାକର ଐତିହ୍ୟଗ୍ରାମ ଭାବେ ଘୋଷଣା କରିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଇଥିଲେ । ପୁରୀ ଜିଲ୍ଲାରେ ନୂତନକରି ଜିଲ୍ଲାପାଳ ସମର୍ଥ ବର୍ମା ଯୋଗଦେବା ପରେ ଜାନୁଆରୀ ମାସ ୨୧ ତାରିଖରେ ଉକ୍ତ ଐତିହ୍ୟ ଗ୍ରାମ ପରିଦର୍ଶନ କରିବା ପାଇଁ ଆସିଥିଲେ । ତାଙ୍କ ସହିତ ପୁରୀ ଜିଲ୍ଲାର ବହୁ ପଦସ୍ଥ ଅଧିକାରୀ ଉପସ୍ଥିତ ରହିଥିଲେ । ସେଥିରେ ମଧ୍ୟ ପୁରୀ ଗ୍ରାମ୍ୟ ଗୃହ ଓ ରାସ୍ତା ର୍ନିମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଗିରିଶ ଚନ୍ଦ୍ର ରାୟ ରହିଥିଲେ । ମାତ୍ର ସେ ସମୟରେ ସୁଆଣ୍ଡୋ ବିଜ୍ର ନିକଟ କଳାପାହାଡ ଗ୍ରାମ ଠାରୁ ସୁଆଣ୍ଡୋ ଗ୍ରାମ ପର୍ଯ୍ୟନ୍ତ କେନାଲ ବନ୍ଧ ରାସ୍ତା ପ୍ରସସ୍ଥ କରିବା ସହ ତୁରନ୍ତ କାମ ସାରିବା ପାଇଁ ଜିଲ୍ଲାପାଳ ଗ୍ରାମ୍ୟ ଗୃହ ଓ ରାସ୍ତା ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ଜେଇଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ବିଡମ୍ବନା ଯେ ଜିଲ୍ଲାପାଳ ସୁଆଣ୍ଡୋ ଗ୍ରାମ ପରିଦର୍ଶନ କାର୍ଯ୍ୟକ୍ରମ ଥିବାରୁ ବିଭାଗୀୟ ଅଧିକାରୀ ଓ ଠିକାଦାର ସଲାସୁତରାରେ ଟ୍ରାକ୍ଟର , ଜେସେବି ଲଗାଇ କାମ ଆରମ୍ଭ ହେବାର ଏକ ପ୍ରହସନ କରିଥିଲେ । ଜିଲ୍ଲାପାଳ ପଳାଇବା ପରଠାରୁ କାମ ସେହିପରି ପଡି ରହିଛି ବୋଲି ଗ୍ରାମାବସୀ ମାନେ ଅଭିଯୋଗ ଆଣିଛନ୍ତି । ଇତି ମଧ୍ୟରେ ଏକ ମାସ ବିତି ଯାଇଥିଲେ ମଧ୍ୟ ଉକ୍ତ ରାସ୍ତାରେ ସେହି ଦିନ ପରଠାରୁ ଗୋଟିଏ ଗାଣ୍ଡୁଆଟେ ମାଟି ପଡିନାହିଁ । ଜିଲ୍ଲାପାଳଙ୍କୁ ଭଣ୍ଡେଇ ଦେଲେ ବିଭାଗୀୟ ଜେଇ ବୋଲି ଲୋକମାନେ କହୁଛନ୍ତି । ଏହି ପରି ଯଦି ରାସ୍ତା କାମ କରାଯାଏ ତା ହେଲେ ରାଜ୍ୟ ସରକାର ନେଇଥିବା ନିସ୍ପତି କେବଳ ତାଙ୍କ ନାଲି ପିତା ତଳେ ଚାପି ହୋଇ ରହିଯିବ ବୋଲି ଗ୍ରାମବାସୀ ମାନେ କହନ୍ତି । ଅନ୍ୟ ପକ୍ଷେ ସ୍ଥାନୀୟ ବିଧାୟକଙ୍କୁ ବଦନାମ କରିବା ପାଇଁ ବିଭାଗୀୟ ଜେଇଙ୍କର ଏହା ଏକ ଷଡଯନ୍ତ୍ର ବୋଲି ଜନପ୍ରତିନିଧି ମାନେ କହନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୨/୨୦୨୧----୧୦,୦୦