ଇନ୍ଦିପୁର ପ୍ରିମିୟର ଲିଗ୍-୨୦୨୧; ଚମ୍ପିୟାନଏୟାରଟେଲ ସୁପରକିଙ୍ଗ ଓ ଏମ୍ଜିସି ରାଇଜିଙ୍ଗ ଷ୍ଟାର
ଡେଲାଙ୍ଗ ---- ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅଭୟମୁଖି ପଞ୍ଚାୟତରେ ମା କ୍ଷେତ୍ରପାଳି କ୍ରିକେଟ୍ କ୍ଲବ ଆନୁକୂଲ୍ୟରେ ଇନ୍ଦିପୁର ପ୍ରିମିୟର ଲିଗ୍ ୨ୟ ବାର୍ଷିକ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୬ଟିମ୍ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ ଟିମା ଚାମୁଣ୍ଡେଇ ୱାରିୟସ ଦଳ ସହିତ ଏୟାରଟେଲ ସୁପରକିଙ୍ଗ୍ ମଧ୍ୟରେ ମ୍ୟାଚ ହୋଇଥିଲା । ଟଚ ଜିତି ମା ଚାମୁଣ୍ଡେଇ ଦଳ ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ସମସ୍ତ ଉଇକେଟ ହରାଇ ୧୦୪ ରନ ସଂଗ୍ରହ କରିଥିଲେ । ଜବାବରେ ଏୟାରଟେଲ ସୁପରକିଙ୍ଗ ଦଳ ୧୧ ଓଭରରେ ୬ ଉଇକେଟ ହରାଇ ୧୦୫ ରନ କରି ଚମ୍ପିୟାନ ହୋଇଥିଲେ । ମ୍ୟାନ ଅଫ ଦି ମ୍ୟାଚ ସୁକାନ୍ତ କୁମାର ଜେନା ବିବେଚିତ ହୋଇଥିଲେ । ସ୍ଥାନୀୟ ସରପଞ୍ଚ ପ୍ରସନ୍ନ କୁମାର ପରିଡା,ସମିତିସଭ୍ୟଙ୍କ ପ୍ରତିନିଧି ନିରଞ୍ଜନ ଜେନା, କ୍ରିଡାବିତ୍ ସୁଶାନ୍ତ ନନ୍ଦ,ଲକ୍ଷ୍ମିଧର ପ୍ରଧାନ ପ୍ରମୁଖ ଯୋଗଦେଇ ଆନୁଷ୍ଠାନିକ ଭାବେ ମ୍ୟାଚ ଉଦଘାଟନ କରିଥିଲେ । ସେହିପରି ୨ୟ ମ୍ୟାଚ ମା ତାରିଣୀ ଷ୍ଟାର ଦଳ ସହିତ ଏମଜିସି ରାଇଜିଙ୍ଗ ଷ୍ଟାର ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟଚ ଜିତି ମା ତାରିଣୀ ଷ୍ଟାର ଦଳ ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲା । ଏମଜିସି ରାଇଜିଙ୍ଗ୍ ଷ୍ଟାର ଦଳ ବ୍ୟାଟିଂ କରି ୧୨ ଓଭର ୫ ଉଇକେଟ ହରାଇ ୧୦୩ ସଂଗ୍ରହ କରିଥିଲା । ଜବାବରେ ମା ତାରିଣି ଷ୍ଟାର ଦଳ୧୨ ଓଭରରେ ୭ ଉଇକେଟ ହରାଇ ୧୦୦ ରନ କରିଥିଲା । ଏହି ମ୍ୟାଚକୁ ଏମ୍ଜିସି ରାଇଜିଙ୍ଗ ଷ୍ଟାର ୩ ରନରେ ବିଜୟ ହୋଇ ଏ ବର୍ଷର ଚମ୍ପିୟାନ ହୋଇଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ସୈାମ୍ୟ ରଞ୍ଜନ ଜେନା ବିବେଚିତ ହୋଇଥିଲେ । ପ୍ରତାପ ପରିଡା ଓ ଗଗନ ସେନାପତି ମ୍ୟାଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥିଭାବେ ଏମ୍ଜେ ସ୍ମାଇଲର ମନୋରଞ୍ଜନ ଜେନା ଯୋଗ ଦେଇ ପୁରଷ୍କାର ବିତରଣ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୯/୨/୨୦୨୧----୯,୩୦