ଶ୍ରୀ ଜଗନ୍ନାଥଙ୍କ ଜମିର ମାଲିକାନା ପରିବର୍ତ୍ତନ ପ୍ରସଙ୍ଗ ନେଇ ନାଗରୀକ କମିଟିର ଖବରଦାତା ସମ୍ମିଳନୀ
ଜଟଣୀ----- ଜଟଣୀବାସୀଙ୍କ ସମସ୍ୟାକୁି ରାଜ୍ୟ ସରକାର ଅଣଦେଖା କରିଚାଲିଛନ୍ତି । ଜନସାଧାରଣ ମାନଙ୍କ ଜମିକୁ କେଉଁ ଆଧାରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ନାମିତ ହେଲା । ୧୧ଟି ମୈାଜାର ଲୋକମାନଙ୍କର ସମସ୍ୟାକୁ ଦୃଷ୍ଟିରେ ରଖି ନିଜର ଶ୍ରେୟନେବା ଚିନ୍ତାଛାଡି ଲୋକମାନଙ୍କର ଶ୍ରେୟନେବାକୁ ପ୍ରସ୍ତୁତ ହୁଅନ୍ତୁ ବୋଲି ସ୍ଥାନୀୟ କଲେଜ ରୋଡରେ ଥିବା ଏକ ଅସ୍ଥାୟୀଗୃହରେ ଜଟଣୀ ନାଗରୀକ କମିଟି ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଅତିଥୀମାନେ ମତବ୍ୟକ୍ତ କରିଛନ୍ତି । ଜଟଣୀ ନାଗରୀକ କମିଟିର ସମ୍ପାଦକ ଜିତେନ୍ଦ୍ରୀୟ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଖବରଦାତା ସମ୍ମିଳନୀରେ ଅତିଥୀମାନେ ସେମାନଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବିଧାୟକ ହେବା ପୁର୍ବରୁ ଜଟଣୀ ବାସୀଙ୍କୁ ଜଟଣୀର ଫ୍ଲାଏଓଭର ବ୍ରିଜ,ଜଗନ୍ନାଥ ଜମି ଏବଂ ଟାଉନ ଖାସମାହାଲ ଜମିର ପଟ୍ଟା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ । ଯାହାକୁ ଆଜି କାର୍ଯ୍ୟରେ ଦେଖାଇବାକୁ ଯାଉଛନ୍ତି । ତେଣୁ ଏଠାରେ ମାନ୍ୟବର ଜଟଣୀ ବିଧାୟକ ଶ୍ରେୟନେବା ଯଥାର୍ଥ ବୋଲି କୁହାଯାଇଛି । ଜଟଣୀ ବାସୀମାନେ ବିଜେଡି ଦଳକୁ ବର୍ଷବର୍ଷରୁ ଲୋକପ୍ରତିନିଧି ହେବାର ସୁଯୋଗ ଦେଇଥିଲେ । ମାତ୍ର ସେମାନଙ୍କର ଇଛାଶକ୍ତି ଅଭାବରୁ ଏହି ଦଳ ରାଜ୍ୟ ଶାସନରେ ରହିମଧ୍ୟ ଜଟଣୀଟାଉନ ଖାସମାହାଲ ଜମିରେ ରହିଆସୁଥିବା ଅଧିବାସୀ ମାନଙ୍କୁ ଲିଜ ପଟ୍ଟା ପ୍ରଦାନ କରିପାରିଲେ ନାହିଁ ।
୨୦୧୩ ମସିହାଠାରୁ ଜଗନ୍ନାଥ ଜମିର ମାଲିକାନା ସ୍ୱତ୍ୱ ପ୍ରସଙ୍ଗକୁ ସମାଧାନ କରିପାରିଲେ ନାହିଁ । ସେହିପରି ଜଟଣୀର ଫ୍ଲାଏ ଓଭରବ୍ରିଜ ନିର୍ମାଣ ମଧ୍ୟ ସମାଧାନ କରିବାରେ ଅହେତୁକ ମନୋଭାବ ମଧ୍ୟରେ ବିଳମ୍ବ କରିଥିଲେ । ମାତ୍ର ପୁର୍ବରୁ ପ୍ରତିଶୃତି ଦେଇଥିବା କଂଗ୍ରେସଦଳ ଏହାକୁ କାର୍ଯ୍ୟକାରୀ କରିିବାକୁ ଯାଉଛି । ଏଥିରେ ଦ୍ୱିମତ ନାହିଁ । ତେଣୁ ଏସବୁର ବିଳିମ୍ବକୁ ଦୃଷ୍ଟି ନଦେଇ ଶ୍ରେୟ ନେବାକୁ ଦୈାଡ ଲଗାଇଛନ୍ତି ରାଜନୈତିକ ଦଳର ନେତାମାନେ । ତେବେ ଜଟଣୀରେ ଯାହାକିଛି ହୋଇଛି ସେଥିରେ ମାନ୍ୟବର ବିଧାୟକ ବିଧାନସଭାରେ ଉପସ୍ଥାପନ କରିବାପରେ ମାନ୍ୟବର ମୂଖ୍ୟମନ୍ତ୍ରୀ ଓ ୫ଟି ସଚିବ ପ୍ରଭୃତି କାର୍ଯ୍ୟକାରୀ କରିଚାଲିଛନ୍ତି । ଏଥିରେ ମଧ୍ୟ ରାଜ୍ୟସରକାରଙ୍କ ଦୃଢଇଛା ଶକ୍ତି ଯୋଗୁଁ ସମ୍ଭବ ହୋଇପାରିଛି ବୋଲି କୁହାଯାଇପାରିବ । ଯଦି ଚଳିତ ମାସ ୨୦ ତାରିଖସୁଧା ଲୋକମାନଙ୍କର ଜମିମାଲିକାନା ନଫେରେ ତେବେ ଆସନ୍ତା ୧ ତାରିଖରେ ପୁଣି ଆନ୍ଦୋଳନ କରାଯିବ । ତେଣୁ ଜଟଣୀ ନାଗରୀକ କମିଟି ଶ୍ରେୟନେବାକୁ ଚାହେଁନାହିଁ । ଲୋକମାନଙ୍କର କାର୍ଯ୍ୟକରିବାକୁ ପ୍ରୟାସ କରୁଛି ବୋଲି କମିଟି ପକ୍ଷରୁ କୁହାଯାଇଛି । ଆଜିର ଏହି ଖବରଦାତା ସମ୍ମିଳନୀରେ ଜଟଣୀ ନାଗରୀକ କମିଟିର ଆବାହକ କଳିଙ୍ଗ କୁମାର ସାହୁ, ପ୍ରଦେଶ କଂଗ୍ରେସ କମିଟି ମୂଖପାତ୍ର ଅମିତ ମହାନ୍ତୀ, ଭିଟାମାଟି ସୁରକ୍ଷାମଂଚ ଏବଂ ଏଖରାଜାତ ମହାଲ ସୁରକ୍ଷା କମିଟିର ଆଇନ ପରାମର୍ଶଦାତା ଅଧିବକ୍ତା ଆଶୁତୋଷ ପଟ୍ଟନାୟକ,ସମାଜସେବୀ ପ୍ରମୋଦ ହରିଚନ୍ଦନ, ପୁର୍ବତନ ନଗରପାଳ ସଂଗ୍ରାମ କେଶରୀ ରାଉତରାୟ, ଛଣଘର ସରପଚଂ ସୁନିଲ କୁମାର ରାଉତରାୟ, ପୁର୍ବତନ କାଉନସିଲର ଲୁସେନ ରାୟ,ରହିମା ବିବି ପ୍ରମୁଖ ମଚାଂଧୀନ ଅତିଥୀଭାବେ ଯୋଗଦେଇଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରା, ୧୦/୨/୨୦୨୧----୧୦, ୩୫