ତିନି ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଛେଳି ଚୋରୀ
ବଳଙ୍ଗା--- ପୁରୀ ଜିଲ୍ଲା ଅନ୍ତର୍ଗତ ବଳଙ୍ଗା ଥାନା ଅନ୍ତର୍ଗତ ଦକ୍ଷିଣସାହି ଗ୍ରାମର ରମେଶ ଶିକାରୀଙ୍କର ୪୦ ଟି ଛୋଟ ବଡ ଛେଳି ଚୋରୀ ହୋଇଥିବା ନେଇ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଯାହାରକି ମୂଲ୍ୟ ପ୍ରାୟ ୨ ଲକ୍ଷରୁ ଅଧିକ ହେବ । ଗ୍ରାମ ମୁଣ୍ଡରେ ନଦୀବନ୍ଦ ତଳେ ଏକ ଘର କରି ରମେଶ ଓ ତାଙ୍କ ସ୍ତ୍ରୀ ରହନ୍ତି । ଦୁଇ ତାରିଖ ବିଳମ୍ବିତ ରାତିରେ ରମେଶ ଶୋଇଥିବା ବେଳେ ଘରୁ ଡାକିଥିଲେ । ରମେଶ ଦୁଆର ଖୋଲିବା ମାତ୍ରେ ଯୁବକ ମାନେ ତାଙ୍କ ବେକରେ ଛରୀ ଲଗାଇ ଦେବା ସହ ତାଙ୍କ ସ୍ତ୍ରୀଙ୍କ ବେକ ଚିପି ଦେବାସହ ଲୁହା ରଡରେ ମାଡ ମାରିଥିଲେ । ନିଜ ଜୀବନକୁ ବଞ୍ଚାଇ ରଖିବା ପାଇଁ ଆମେ ଦୁଇ ଜଶ ଯାକ ଚୁପ ହୋଇ ରହିଗଲୁ । ସୁଚନା ଯୋଗ୍ୟ ରେ ବଳଙ୍ଗା ଥାନା ଅନ୍ତର୍ଗତ ନୂଆହାଟ ଗ୍ରାମର ରବିନ୍ଦ୍ର ନାୟକ ଛେଳି ନେବା ପାଇଁ କାର ନେଇ ଦର କରିଥିଲା । ଦର କମ କରିବାରୁ ଆମେ ଛେଳି ତାଙ୍କୁ ଦେଇନଥିଲୁ । ଉକ୍ତ ଯୁବକ ଅନ୍ୟ ମାନଙ୍କ ସହିତ ଆସି ମୋର ଛେଳି ଚୋରୀ କରିଥିବା ସନ୍ଦେହ କରୁଛି । ସଠିକ ଚଦନ୍ତ କରାଗଲେ ଛେଳି ଚୋର ର୍ୟାକେଟ ଧରାପଡିବ ବୋଲି ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି