ସତ୍ୟବାଦୀରେ ଶହ ଶହ ହେକ୍ଟର ଧାନ ଜମିରେ ଗଜା ମରୁଡି ଆଶଙ୍କା; ଅପରାହ୍ନରେ ଝିପିଝିପ ବର୍ଷା
ସାକ୍ଷୀଗୋପାଳ----- କଥାରେ ଅଛି ଚାଷ ତରତର ବଣିଜ ମଠ । ମାତ୍ର ସବୁ ବଦଳି ଯାଉଛି । ଚାଷୀ ଅକ୍ଷୟତୃତୀୟାରେ ନିଜ ବିଲରେ ଧାନ ମୁଠି ଅନୁକୂଳ କରିଥାଏ । ତା ପରଠାରୁ ବିଶେଷ କରି ଖାଲ ଜମି ଗୁଡିକରେ ଧାନ ବୁଣା ସରିଯାଇଥାଏ । ରଜ ପରେ ପରେ ଚାଷୀ ବିଲକୁ ହଳ କରି ଧାନ ବୁଣା କାର୍ଯ୍ୟ ଆରମ୍ଭ କରିଦେଇଥାନ୍ତି । ଏ ବର୍ଷ ରଜ ବେଳକୁ ଭଲ ବର୍ଷା ହୋଇଥିଲା ।ଚାଷୀ ମାନେ ଏହାକୁ ନଜର କରି ଧାନ ବୁଣି ଦେଇଥିଲେ । ରଜ ପର ଠାରୁ ବର୍ଷ ସମ୍ପର୍ଣ୍ଣ ଛାଡି ଯାଇଛି । ଯାହାକି ବର୍ଷା ନ ହେବାରୁ ଶହ ଶହ ହେକ୍ଟର ଧାନ ଜମିରେ ଗଜା ମରୁଡି ହୋଇଛି ବୋଲି ଚାଷି ମାନେ କହନ୍ତି । ରବିବାର ଅପରାହ୍ନରେ ଝିପିଝିପି ବର୍ଷା ଲାଗି ରହିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି