କଳା ଓ କଥା , ସ୍ୱାଦର ସହଯୋଗରେ ସତ୍ୟବାଦୀରେ ଶୁଖିଲା ଖାଦ୍ୟ ବଣ୍ଟନ
ସାକ୍ଷୀଗୋପାଳ---- କଥା ଓ କଳା ଅନୁଷ୍ଠାନର ସହାୟତାରେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାଦର ସହଯୋଗରେ ନଇବାଡି ଓ ବ୍ଳକ ପାଖ ୫୦ଟି ଦଳିତ ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିବା ଜଣାପଡିଛି । ଉଷୁନା ଚାଉଳ ୧୦ କେଜି, ଡାଲି ୨ କେଜି, ଚୁଡା-୫ କେଜି, ଚିନି-୧ କେଜି, ମସଲାଗୁଣ୍ଡ, ସାବୁନୁ ୪ଟା ସହିତ ମାସ୍କ ୪ଟି ଏହି ପ୍ୟାକେଟରେ ରହିଥିବା ଜଣାପଡିଛି । ସ୍ୱାଦର କର୍ମଚାରୀ ମାନେ ପ୍ୟାକେଟ ଗୁଡିକ କରିଥିଲେ । ସ୍ୱାଦର ସମ୍ପାଦିକା ବୀଣାପାଣି ମିଶ୍ର ବଣ୍ଟନ ଉତ୍ସବରେ ଯୋଗଦେଇ କହିଥିଲେ ମଣିଷର ଅସମୟରେ ଯେଉଁ ମାନେ ତା ଘର ପାଖରେ ଠିଆ ହୁଅନ୍ତି ସେମାନେ ପକୃତରେ ବଂଧୁ ବୋଲି କହିଥିଲେ । ସେମାନଙ୍କ ସହଯୋଗ ପାଇଁ ଆମେ ତାଙ୍କୁ ସାଧୁବାଦ ଜଣାଇବା ଦରକାର । କଳା ଓ କଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜ୍ୟୋତି ରାଉତଙ୍କ ଉପସ୍ଥିତିରେ ଦଳିତ ପରିବାରଙ୍କୁ ପ୍ୟାକେଟ ଗୁଡିକ ବଣ୍ଟନ କରାଯାଇଥିଲା । ସ୍ୱାଦର ମହିଳା କର୍ମଚାରୀ ପ୍ରଭାତୀ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି