Breaking News

ନୟାଗଡ ଜିଲ୍ଲା କଂଗ୍ରେସ କମିଟି ତାଲିମ ପରିଚାଳିକା ହେଲେ ; ନିରୁପମା

ଡେଲାଙ୍ଗ ---- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଏକ ଛୋଟ ଗ୍ରାମରୁ ଜଣେ ମହିଳା କଂଗ୍ରେସ ଦଳରେ ସାମିଲ ହୋଇ ବିଭିନ୍ନ ପଦ ପଦବୀ ପାଇ ବେଶ ସଫଳତା ପାଇଛନ୍ତି । ହରିରାଜପୁର ପଞ୍ଚାୟତରୁ ୨୦୦୭ ମସିହାରୁ ସମିତିସଭ୍ୟା ପ୍ରାର୍ଥୀ ଭାବେ ନିରୁପମା ପାତ୍ର ରାଜନୀତି ଜୀବନ ଆରମ୍ଭ କରିଥିଲେ । ଏବେ କ୍ରଂଗ୍ରେସ ଦଳ  ନିରୁପମା ପାତ୍ର ଙ୍କୁ ନୟାଗଡ ଜିଲ୍ଲା ପ୍ରଦେଶ କଂଗ୍ରେସ କମିଟିର ତାଲିମର ମୁଖ୍ୟ ପରିଚାଳିକା ଭାବେ ଦେଇଛନ୍ତି । ଏହାକୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ତାଲିମ ସଂସ୍ଥାର ମୁଖ୍ୟ  ଶୁଭେନ୍ଦୁ ମହାନ୍ତି ଦଳୀୟ ପ୍ରେସ ରିଲିଜ ମାଧ୍ୟମରେ ଶ୍ରୀମତି ପାତ୍ରଙ୍କ ନାମ ଘୋଷଣା କରିଥିବା ଜଣାପଡିଛି । କଂଗ୍ରେସ ଦଳର ମହିଳା ସଂଗଠନକୁ ନୟାଗଡ ଜିଲ୍ଲାରେ ମଜଭୁତ କରିବେ ବୋଲି ଦଳୀୟ ନେତୃବୃନ୍ଦ ଆଶା ରଖିଛନ୍ତି । ଶ୍ରମତୀ ପାତ୍ର  ଡେଲାଙ୍ଗ ବ୍ଲକ ମହିଳା କଂଗ୍ରେସ ସଭାନେତ୍ରୀ ,ପୁରୀ ଜିଲ୍ଲା ମହିଳା କଂଗ୍ରେସ କମିଟିର କାର୍ଯ୍ୟକାରିଣୀ କମିଟିର ସଭାନେତ୍ରୀ ଓ ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ ତୁଳାଇଛନ୍ତି ।  କାର୍ଯ୍ୟ ତୁଲାଉଥିବା ବେଳେ ଦଳ ପକ୍ଷରୁ ପୁଣି ଏକ ଗୁରୁ ଦାୟିତ୍ୱ ନୟାଗଡ ଜିଲ୍ଲାର ତାଲିମ କେନ୍ଦ୍ରର ପରିଚାଳିକା  ଭାବେ ନିଯୁକ୍ତି ମିଳିଥିବା ସେ ଜଣାଇଛନ୍ତି । ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ,ରାହୁଳ ଗାନ୍ଧୀ , ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସମେତ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ତାଲିମ କେନ୍ଦ୍ରର ମଖ୍ୟ  ଶୁଭେନ୍ଦୁ ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ନୟାଗଡ ଜିଲ୍ଲାରେ କଂଗ୍ରେସ ଦଳକୁ ମଜଭୁତ କରିବା ସହିତ ଅସହାୟ ଗରିବ ସାଧାରଣ ଜନତାଙ୍କ ନ୍ୟାୟ ପ୍ରଦାନ ପାଇଁ ଲଢେଇ ଜାରି ରଖିବେ । ବିଶେଷ କରି କଂଗ୍ରେସ ଦଳରେ ସାମିଲ ହୋଇଥିବା ମହିଳା ଓ ନୂତନ ଭାବେ ସାମିଲ କରିବା ପାଇଁ  ତାଙ୍କର ପ୍ରଚେଷ୍ଟା ଜାରି ରହିବ ବୋଲି ଶ୍ରୀମତୀ ପାତ୍ର ସୁଚନା ଦେଇଛନ୍ତି । 
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts