Breaking News

ମାନବାଧିକାର ପରିଷଦ ପକ୍ଷରୁ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧିତ




ଧରାକୋଟ----ସମଗ୍ର ବିଶ୍ୱରେ ମହାମାରୀ କରୋନା ତାର କାୟା ବିସ୍ତାର କରିଛି । ଆମ ଦେଶ ଭାରତ ଓ ରାଜ୍ୟ ଓଡ଼ିଶା ସେଥି ମଧ୍ୟରୁ ଗଞ୍ଜାମ ଜିଲ୍ଲା ମଧ୍ୟ ବାଦ ପଡ଼ିନାହିଁ। ମାନବାଧିକାର ପରିଷଦ ର ରାଜ୍ୟ ସଭାପତି ସସ୍ମିତା ଦାସ ଙ୍କ ନିର୍ଦ୍ଦେଶ କ୍ରମେ  ଗଞ୍ଜାମ ଜିଲ୍ଲା ବୋର୍ଡ଼ ସଭାପତି ସଞ୍ଜୟ କୁମାର ମହାରଣା ଙ୍କ ନେତୃତ୍ୱରେ ଧରାକୋଟ ଥାନା ଅଧିକାରୀ ସହଦେଵ ମହାପାତ୍ର ଓ ବରିଷ୍ଠ ସାମ୍ବାଦିକ ଗିରିଜା ପ୍ରସାଦ ରଥ ଙ୍କୁ କରୋନା ଯୋଦ୍ଧା ଭାବେ ଉପଢୌକନ ସହ ମାନପତ୍ର ପ୍ରଦାନ କରାଯାଇଥିଲା ।ଏହାର ମୂଖ୍ୟ ଉଦ୍ୟେଶ ସମାଜ ସେବା, ବାଲ୍ୟ ବିବାହ, ନାରୀ ନିର୍ଯ୍ୟାତନା, ଗରିବ ନିଃସହାୟ ଓ ଅସହାୟ ଏବଂ ବିକଳାଙ୍ଗ ଙ୍କୁ ସହଯୋଗ କରିବା ସହ ଜନସମାଜ କୁ ମୌଳିକ ଅଧିକାର ଯୋଗାଇଦେବା ଲକ୍ଷ ନେଇ କାର୍ଯ୍ୟ କରିବା ମାନବାଧିକାର କର୍ମୀ ଙ୍କ କର୍ତ୍ତବ୍ୟ।ଏହି ମହାମାରୀ କରୋନା ସମୟରେ ଲକଡ଼ାଉନ,ସଟଡ଼ାଉନ ଏବଂ ଏହି ମହାମାରୀ ସଙ୍ଗେ ଲଢେ଼ଇ କରିବାକୁ ହେଲେ ଆମକୁ ସାମାଜିକ ଦୂରତ୍ୱ ରକ୍ଷା କରିବା, ମାକ୍ସ ପିନ୍ଧିବା, ହାତ କୁ ବାରମ୍ବାର ସାବୁନ ରେ ଧୋଇ ସଫା କରିବା ସହ ଅତ୍ୟାବଶ୍ୟକ ନ ଥିଲେ ଘରୁ ବାହାର କୁ ବାହାରିବା ନାହିଁ ବୋଲି ଏହି ଦୁଇ କରୋନା ଯୋଦ୍ଧା ଲୋକଙ୍କୁ ସଚେତନତା କରିଥିବା ଯୋଗୁଁ ଅଞ୍ଚଳ ବାସୀ ଏମାନଙ୍କୁ ସାଧୁବାଦ ଜଣାଇଥିଲେ। ଉକ୍ତ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ରେ ସାଇ ସତ୍ୟ ନିଉସ ର ନୂତନ ଗଞ୍ଜାମ ଜିଲ୍ଲା ପ୍ରତିନିଧି ଗଦାଧର ଶୁକ୍ଳ, କାର୍ଯ୍ୟାଳୟ ପ୍ରତିନିଧି ସନ୍ତୋଷ କୁମାର ରେଡ୍ଡୀ, ସାମ୍ବାଦିକ କାଳୁ ଚରଣ ମହାପାତ୍ର, ଶିବାଜୀ ଗଣେଶ ପଣ୍ଡା ପ୍ରମୁଖ ଉପସ୍ଥିତ ହୋଇ ସହଯୋଗ ପ୍ରଦାନ କରିଥିଲେ।
ଧରାକୋଟ ରୁ କାଳୁ ଚରଣ ମହାପାତ୍ର

Popular Posts