କରୋନା ସମୟରେ ବିଦ୍ୟୁତ ଦେୟ ଛାଡ ନିମନ୍ତେ ଦାବୀପତ୍ର
ବରୀ- ବରୀ ଅଞ୍ଚଳର ସାମାଜିକ ସଂଗଠନ ସମୁହ ତରଫରୁ ମହାମାରୀ କରୋନା ସମ୍ପକିତ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଯୋଗୁ ପରିବାରର ରୋଜଗାର କରୁଥିବା ଲୋକମାନେ ମାର୍ଚ୍ଚ ମାସ ଠାରୁ ରୋଜଗାର ହରାଇ ଘରେ ବସିଛନ୍ତି । ଆୟ ଶୂନ୍ୟ ହୋଇ ଶତକଡା୯୮ ପ୍ରତିଶତ ଜନସାଧାରଣ ସରକାରୀ ଅନୁଦାନରେ ବଞ୍ଚିଥିବା ବେଳେ ବିଦ୍ୟୁତ ଦେୟ ଆଦାୟ କରିବା ଭଳି ନିଷ୍ପତି ସମ୍ପୂର୍ଣ୍ଣ ଅମାନବୀୟ । ଜନସାଧାରଣ ଓ ବିଦ୍ୟୁତ ଉପଭୋକ୍ତା ମାନେ ବରୀ ବିଦ୍ୟୁତ ଉପଖଣ୍ଡ ଅଧିକାରୀ ଦୀପ୍ତି ବିଶ୍ୱାଳଙ୍କୁ ଭେଟି ତାଙ୍କ କାର୍ଯ୍ୟାଳୟରେଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏହି ନିଷ୍ପତିକୁ ପ୍ରତ୍ୟାହାର କରି କରୋନା ବିପର୍ଯ୍ୟୟ ସମୟର ବିଦ୍ୟୁତ ଦେୟ ସମ୍ପୂଣ୍ଣ ଛାଡ କରିବାକୁ ଦୃଢ ଦାବୀ କରିଛନ୍ତି । ଯଦି ଦାବି ପୁରଣ କରା ନଯାଏ ତେବେ ଆଗାମୀ ଦଶ ଦିନ ମଧ୍ୟରେ ବରୀର ଜନସାଧାରଣ ଓ ବିଦ୍ୟୁତ ଉପଭୋକ୍ତା ବରୀ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟଳୟକୁ ସର୍ମ୍ପୁଣ୍ଣ ବନ୍ଦ କରିବାକୁ ସ୍ଥିର କରାଯାଇଛି । କୁଳମଣି ଶୁକ୍ଳ,କାହ୍ନୁ ଚରଣ ବେହୁରା,ସାମଜ ସେବୀ ସତ୍ୟ ରଂଜନ କର,ଭୁପତି ମଲ୍ଲିକ,ପ୍ରଶାନ୍ତ ବେଉରା,ସ୍ମିତାରାଣି ସାମଲ,ତିଳୋତ୍ତମା ସେଃୀ, ବନ୍ଦିତା ଦାସ,କାଂଚନବାଳା ଯତି,ତାରାକାନ୍ତ ଆଚାର୍ଯ୍ୟ, ବିବେକାନନ୍ଦ ନାଥ,ଅଜୟ ରଥ, ପ୍ରଶାନ୍ତ ପଡିହାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଯାଜପୁର ବରୀ - ଦର୍ଶନ ବେହେରା
ଯାଜପୁର ବରୀ - ଦର୍ଶନ ବେହେରା