Breaking News

ପିପିଲି ରେ ଗଡିଲା ମୋ ବସ



ପିପିଲି---- ରାଜ୍ୟରେ ମହାମାରୀ କରୋନା ଯୋଗୁ ସବୁ ଠପ୍ ହୋଇଯାଇଛି । ଏହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ମୋ ବସ ସେବା ଯୋଜନାରେ ପିପିଲି ବ୍ଲକ ସାମିଲ ହୋଇଛି । ସ୍ଥାନୀୟ ବିଧାୟକ ପ୍ରଦୀପ ମହାରଥୀ ଗୁରୁବାର ଦିନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଦାଣ୍ଡମକୁନ୍ଦପୁର ବାଇ ପାସ ଠାରୁ ଭୁବନେଶ୍ଵର ପର୍ଯ୍ୟନ୍ତ ୪ଟି ବସ ସମୟ ଅନୁଯାୟୀ ଗଡିବ ।  ସମସ୍ତ ଜନସାଧାରଣଙ୍କ ସହିତ ଛାତ୍ରଛାତ୍ରୀ ଓ ବ୍ୟବସାୟଏହାର ସୁବିଧା ନେବାକୁ ବିଧାୟକ ଶ୍ରୀ ମହାରଥୀ କହିଛନ୍ତି । ସେହିପରି ମୋ ବସ ସେବା ଉଦଘାଟନ କରି ନିଜେ ବସରେ ଯାତ୍ରା କରିଥିଲେ । ଉ ସୁଦନ ପ୍ତାରଙ୍କ ସହିତ ପିପିଲି ବ୍ଲକର ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ବାଇଁ, ଆତ୍ମାର ଅଧ୍ୟକ୍ଷ ଧରଣୀଧର ସାହୁ, ଅଧ୍ୟକ୍ଷଙ୍କ ପ୍ରତିନିଧି ଆର୍ତ୍ତବନ୍ଧୁ ସାମନ୍ତରାୟ , ପୂର୍ବତନ ଏନଏସି ଅଧ୍ୟକ୍ଷ ଶେଖ ବାବୁ , କାଉନସିଲର ଅଜୟ ମହାରଣା,ଶରତ ବେହେରା, ଏନଏସି ଯୁବ ବିଜେଡ଼ି ସଭାପତି ପ୍ରଫୁଲ ସାହୁ ଓ ସଦାଶିବ ଦାଶ, ଶ୍ରୀକାନ୍ତ କୁମାର ପଣ୍ଡା, ମଧୁସୂଦନ ପ୍ରଧାନ ବସରେ ଯାତ୍ରା କରିଥିଲେ । ସେହିପରି ମୋ ବସ ସେବାର ପରିଚାଳକ ଆଶୁତୋଷ ନାୟକ , ବ୍ରାଞ୍ଚ ପରିଚାଳକ ତପନ ମହାନ୍ତି ଓ ପିତ୍ତମ ସ୍ବାଇଁ , ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । 
ପିପିଲି ରୁ ବିଜୟ କୁମାର ମହାପାତ୍ର

Popular Posts