ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଦାବୀପତ୍ର
ବରୀ - ତୈଳଦର ବୃଦ୍ଧି ପ୍ରତିବାଦରେ ସୋମବାର ପୂର୍ବାହ୍ନ ରେ ବରୀ ବ୍ଲକ କଂଗ୍ରେସ ତରଫରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ବରୀ ବିଡିଓଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବରୀ ନିର୍ବାଚନ ମଣ୍ଡଳିର କଂଗ୍ରେସ ନେତା ଉମେଶ ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବରୀ ଭାରପ୍ରାପ୍ତ ବିଡିଓ ଶାଶ୍ୱତ କୁମାର ଜେନାଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଦେଶରେ କରୋନା ମହାମାରୀ କାୟା ବିସ୍ତାର କରିଥିଲାବେଳେ ଦେଶରେ ବାରମ୍ବାର ପେଟ୍ରୋଲଓ ଡିଜେଲର ଦର ବୃଦ୍ଧି ଘଟୁଥିବାରୁ ସମସ୍ତ ବର୍ଗର ଲୋକ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।ଏପରି କି ଚାଷ କାର୍ଯ୍ୟ ଉପରେ ବାଧା ଉପୁଜୁଛି । ମହାମହିମ ରାଷ୍ଟ୍ରପତି ଏଥିରେ ହସ୍ତକ୍ଷେପ କରି କେନ୍ଦ୍ର ଓ ରାଜ୍ୟ ସରକାର ତେଲ ଦରର ୫୦ ପ୍ରତିଶତ ଟିକସ ନେଉଥିବାରୁ ଏହା ସାଧାରଣରେ ପ୍ରଭାବ ପକାଉଛି । କୋଭିଡ ୧୯ ସ୍ଥିତି ଥିବା ପର୍ଯ୍ୟନ୍ତ ଅନ୍ତତ ପକ୍ଷେ ଟିକସ ନ ନେବା ପାଇଁ ନିର୍ଦ୍ଦେଶ ଦେବାକୁ ଦାବିପତ୍ର ଅନୁରୋଧ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଅମ୍ରେଶ ପରିଡା,ପ୍ରାକ୍ତନ ସରପଂଚ ମନୋଜ ଦାସ ,ଶ୍ରବଣ କୁମାର ଦାସ,ସୈାଭାଗ୍ୟ ଦାସ, ମାନସ ସାମଲ, ଅଶୋକ କୁମାର ବେହେରା, ପ୍ରବିଣ ଦାସ,ଖୁସିଦ ଅହମଦ ପ୍ରମୁଖ ଉପସ୍ଥିତ ଥିଲେ ।
ଯାଜପୁର ବରୀ - ଦର୍ଶନ ବେହେରା
ଯାଜପୁର ବରୀ - ଦର୍ଶନ ବେହେରା