Breaking News

ସାପଧରାଳିଙ୍କୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବା ପାଇଁ ଦାବି

ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକ ଅଞ୍ଚଳରେ ସାପ ଧରାଳି ଭାବେ ବେଶ ନାମ କମାଇଥିବା କିଛି ଯୁବକ ମାନେ ଏବେ ସେମାନଙ୍କୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି । ସୁଚନାଯୋଗ୍ୟ ଯେ ଏମାନଙ୍କୁ ଫୋନ କରି ଡାକିବା ମାତ୍ରେ ସାପ ଧରିବା ପାଇଁ ହାଜର ହୋଇ ଯାଇଥାନ୍ତି । ଏମାନେ କୌଣସି ସାପ ଧରିବା ପାଇଁ ତାଲିମ ନ ନେଇଥିଲେ ମଧ୍ୟ ବିଷାକ୍ତ ସାପ ଧରିବାରେ ଏମାନେ ପାରଙ୍ଗମ । ଏମାନେ ଡେଲାଙ୍ଗ ଅଞ୍ଚଳରୁ ଶହ ଶହ ସାପ ଧରି ପାଖ ଜଙ୍ଗଲରେ ଛାଡିବା ସହ ବହୁ ଲୋକଙ୍କର ଜୀବନ ରକ୍ଷା କରିଛନ୍ତି । ଏମାନଙ୍କୁ ସରକାରୀ ସହାୟତା, ଜୀବନବୀମା, ସାପ ଧରାଳି ଭାବେ ନାମ ପଞ୍ଜିକରଣ କରିବା ସହିତ ସାପ ଧରିବା ପାଇଁ ସମସ୍ତ ଉପକରଣ ଯୋଗାଇ ଦେବାକୁ ପ୍ରହଲ୍ଲାଦ ପ୍ରଧାନ, ସନ୍ତୋଷ ନାୟକ ଓ ସୁଶାନ୍ତ ବେହେରା ରାଜ୍ୟ ସରକାରଙ୍କ ପାଖରେ ଦାବି କରିଛନ୍ତି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Popular Posts