Breaking News

ଭୀମ ଆର୍ମି ପକ୍ଷରୁ ରକ୍ତଦାନ ଶିବିର,୩୦ୟୁନିଟ ରକ୍ତ ସଂଗ୍ରହ

ବରଗଡ଼---   ବରଗଡ଼ ଜିଲ୍ଲା ଅତାବିରା ନୋଡାଲ ବାଳିକା ବିଦ୍ୟାଳୟ ଠାରେ ଅତାବିରା ଭୀମ ଆର୍ମି  ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।     ଅତାବିରା ବ୍ଲକ ସଭାପତି ବାବୁଲୁ ଭେସ୍ରା ଅଧ୍ୟକ୍ଷତାରେ ଉପସଭାପତି ଫରିଦ୍ ଖାନ ଓ ପ୍ରଭାରୀ ଶ୍ରୀକାନ୍ତ ସୁନା ଶିବିରଟିକୁ ପରିଚାଳନା କରିଥିଲେ ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅତାବିରା ଥାନାଧିକାରୀ ପୁରୁଷୋତ୍ତମ ଭୋଇ ଯୋଗ ଦେଇ ଉଦଘାଟନ କରିଥିଲେ।ସେହିପରି ସମ୍ବାନୀତ ଅତିଥି ଭାବେ ସମ୍ବଲପୁର ବ୍ରାଞ୍ଚ ଆନ୍ଦ୍ର ବ୍ୟାଙ୍କ ମ୍ୟାନେଜର ନରେନ୍ଦ୍ର କୁମାର ନାଏକ,ଭୀମ ଆର୍ମି ରାଜ୍ୟ ସଭାପତି ଲଙ୍କେସ ରାବଣ,ସଂଜୀବ କଂସାରୀ, ଏମ୍ ଡି ଜାବେଦ,ଓକିଲ ବାଦୀ,କାଦିର ଖାନ,ସୟଦ ନବାବ ଅଲ୍ଲୀ ଯୋଗ ଦେଇଥିବା ବେଳେ ସହଯୋଗୀ ଭାବରେ ଭୀମ ଆର୍ମିର ବହୁ ସକ୍ରିୟ କର୍ମୀ  ଉପସ୍ଥିତ ରହିଥିଲେ। ଏହି ଅବସରରେ ୩୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ବରଗଡ଼ ରକ୍ତ ଭଣ୍ଡାର ର ଡ଼. ପ୍ରବୀଣ ଅଗ୍ରୱାଲ,ସୁପରଭାଇଜର ରଜତ ଜେନା ଓ ସହଯୋଗୀ ରେବତୀ ଚିତା,ବିଷ୍ଣୁପ୍ରିୟା ଦୀପ,ମହେଶ ମଟାରୀ ରକ୍ତ ସଂଗ୍ରହ କରିଥିଲେ।
ନବୀନ ଦାଶଙ୍କ ରିପୋର୍ଟ......