Breaking News

ନିମ୍ନମାନର ଖାଦ୍ୟକୁ ବର୍ଜନ କଲେ ସଂଗରୋଧ କେନ୍ଦ୍ରର ଅନ୍ତବାସୀ

ବରୀ - ଯାଜପୁର ଜିଲ୍ଲା ବରୀ ବ୍ଲକ ଅର୍ନ୍ତଗତ କଳାମାଟିଆ ପଞ୍ଚାୟତ କାଇପଡା ଉଚ୍ଚ ବିଦ୍ୟାଳୟର ସଂଗରୋଧ କେନ୍ଦର୍ରେ ନିମ୍ନମାନର ଖାଦ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖା ଦେଇଛି । ସଂଗରୋଧରେ ରହୁଥିବା ଅନ୍ତବାସୀମାନଙ୍କୁ ସକାଳ ଖାଦ୍ୟ ନଖାଇ ବରୀ କଳାମାଟିଆ ମୁଖ୍ୟ ରାସ୍ତାରେ ରଖି ପ୍ରତିବାଦ କରିଥିଲେ । ଖବର ପାଇ ବରୀ ରାମଚନ୍ଦ୍ରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରି ଖାଦ୍ୟ ଖାଇବାକୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଖାଦ୍ୟ ଗ୍ରହଣ କରି ନଥିଲେ । ଅଭିଯୋଗ ଅନୁଯାଇ ପଞ୍ଚାୟତରେ ହୋଇଥିବା ସମସ୍ତ କେନ୍ଦ୍ରରେ ଖାଦ୍ୟ,ପାନୀୟ ଜଳ ଓ ସେମାନଙ୍କୁ ଦିଆଯାଉଥିବା କିଟ ଅତ୍ୟନ୍ତ ନିମ୍ନମାନର ବୋଲି ଅନ୍ତବାସୀ କହିଛନ୍ତି । ଏ ସଂକ୍ରାନ୍ତରେ ବ୍ଲକ ପ୍ରଶାସନ ନିକଟରେ ବାରମ୍ଭାର ଅଭିଯୋଗ କରୁଥିଲେ ମଧ୍ୟ ପ୍ରଶାସନର ନିରବତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।  ଗତ କାଲିଠାରୁ ସଂଗରୋଧ କେନ୍ଦ୍ରରେ ରହୁଥିବା ଅନ୍ତବାସୀମାନେ ଖାଦ୍ୟ ଖାଇ ନଥିବା ଜଣାପଡିଛି । ଏସଂକ୍ରାନ୍ତରେ ବରୀ ଭାରପ୍ରାପ୍ତ ବିଡିଓ ଶାଶ୍ୱତ କୁମାର ଜେନାଙ୍କୁ ପଚାରିବାରୁ ସେ କୁହନ୍ତି ଆମ ପାଖରେ ଏ ବିଷୟରେ କୈାଣସି ଖବର ନାହିଁ । ଅଭିଯୋଗ ଯଦି ସତ୍ୟାସତ୍ୟ ଥାଏ ତେବେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅପରପକ୍ଷେ କଳାମାଟିଆ ସରପଞ୍ଚ ସମିର ମଲ୍ଲିକ କୁହନ୍ତି ସରକାରୀ ନିୟମ ଅନୁଯାୟୀ  ଅନ୍ତବାସୀ ମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି । ଅଭିଯୋଗକାରୀ ମାନେ ମତେ ବଦନାମ କରିବା ପାଇଁ ଏଭଳି ଅଭିଯୋଗ କରାଯାଇଛି ।
ଯାଜପୁର ବରୀ - ଦର୍ଶନ ବେହେରା

Popular Posts