Breaking News

ବ୍ୟାଙ୍କରେ ଟଙ୍କା ନାହିଁ; ଚାଷୀ ଆନ୍ଦୋଳନ ପାଇଁ ସଜବାଜ

ଡେଲାଙ୍ଗ ------ ପୁରୀ ଜିଲ୍ଲା ସମ୍ମଳିତ ପୁରୀ ନିମାପଡା କୋ-ଅପରିଟିଭ ବ୍ୟାଙ୍କ ଡେଲାଙ୍ଗ ଶାଖାରେ ଟଙ୍କା ନଥିବାରୁ ଚାଷି ମାନେ ନାହିଁ ନଥିବା ହଇରାଣ ହେଉଥିବା  ଜଣାପଡିଛି । ମିଳିଥିବା ସୁଚନା ମୁତାବକ ପୁରୀ ନିମାପଡା କୋ-ଅପରିଟିଭ ବ୍ୟାଙ୍କ ଡେଲାଙ୍ଗ ଶାଖାରେ ରେ ଚାଷି ମାନଙ୍କ ଆକାଉଣ୍ଟରେ ଟଙ୍କା ରହିଥିଲେ ବି ତାଙ୍କୁ ଶାଖା ପରିଚାଳକ ବ୍ୟାଙ୍କରେ ଟଙ୍କା ନଥିବା ଦର୍ଶାଇ ଫେରାଉଛନ୍ତି । ଯାହା ଫଳରେ ଚାଷିମାନେ ତାଙ୍କର କାମଧନ୍ଦା ଛାଡି ବାରାମ୍ବାର ଏହି ଶାଖାକୁ ଦୈାଡିବାକୁ ପଡୁଛି  ବୋଲି ଚାଷି ମାନେ କହନ୍ତି । ଏହାକୁ ନେଇ ଚାଷି ମାନେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ଜଣାପଡିଛି । ଅନ୍ୟ ପକ୍ଷେ ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତର ଚାଷି ନିର୍ମଳ ପରିଡାଙ୍କ ତାଙ୍କ ନିଜ ଆକାଉଣ୍ଟରେ ୧.୪୨ ହଜାର ଟଙ୍କା ରହିଛି । ସେ ଏବେ ଚ।।ଷକାର୍ଯ୍ୟ ପାଇଁ ଟଙ୍କାର ଆବଶ୍ୟକତା ପଡିବାରୁ ବ୍ୟାଙ୍କକୁ ଆସି ନିରାଶ ହୋଇ ଫେରିଛନ୍ତି । ବ୍ୟାଙ୍କରେ ଟଙ୍କା ନଥିବାରୁ ତାଙ୍କୁ ଦଶ ହଜାର ଟଙ୍କା ନେବା ପାଇଁ ବାଧ୍ୟ କରାଯାଇଥିଲା । ଗୋଟେ ଚାଷି ତା ନିଜ ଆକାଉଣ୍ଟ ରୁ ଚାଷ କାର୍ଯ୍ୟ ପାଇଁ ଟଙ୍କା ଉଠାଇ ପାରିନଥିବାରୁ ଶ୍ରୀ ପରିଡା ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଭଳି ଅନେକ ଚାଷି ବ୍ୟାଙ୍କରୁ ଟଙ୍କା ନପାଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।ଏହାକୁ ନେଇ ଆଗାମୀ ଦିନରେ ଚାଷି ଆନ୍ଦୋଳନ ମୁଣ୍ଡ ଟେକୁଥିବା ଜଣାପଡିଛି । । ଜିଲ୍ଲାପାଳ ଓ ବ୍ୟାଙ୍କ ଉଚ୍ଚ କର୍ତୁପକ୍ଷ ତୁରନ୍ତ ଦୃଷ୍ଟି ଦେବା ସହ ବ୍ୟାଙ୍କରେ ଟଙ୍କା ମହଜୁଦ ରଖିବା ପାଇଁ ଚାଷି ସଂଗଠନ ଦାବୀ କରିଛନ୍ତି । ନଚେତ ଅଗାମୀ ଦିନରେ ବଡ ଧରଣର ଚାଷି ଆନ୍ଦୋଳନ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ବ୍ୟାଙ୍କ କତୃପକ୍ଷ ଦାୟୀ ରହିବେ ବୋଲି ଚାଷୀ ମାନେ କହିଛନ୍ତି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts