Breaking News

ମହାମାୟାସାହିରୁ କଣ୍ଟେନମେଣ୍ଟ ଜୋନ ଉଠିଲା

ସାକ୍ଷୀଗୋପାଳ ----ସତ୍ୟବାଦୀ ବ୍ଳକର ଜୟପୁର ଗ୍ରାମ ପଞ୍ଚାୟତର ମହାମାୟାସାହିର ଜଣେ ଯୁବକ କରୋନା ଆକ୍ରାନ୍ତ ବୋଲି ଜଣାପଡିଥିଲା । ପରେ ପରେ ଉକ୍ତ  ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଜିଲ୍ଲା ପ୍ରଶାସନ ଘୋଷଣା କରିଥିଲେ । ସୁଚନା ଯୋଗ୍ୟ ଯେ  ଉକ୍ତ ଯୁବକ ଜଣଙ୍କ ସଂଗରୋଧ ଗୃହରେ ରହିଥିଲେ । ତାଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା । ମାତ୍ର ରିର୍ପୋଟ ନ ଆସିବା ଅଗାରୁ ତାଙ୍କୁ ଘରକୁ ଛଡା ଯାଇଥିଲା । ଯାହା ଫଳରେକି ଯୁବକ ଜଣଙ୍କ ସାହି ପଡିଶାଙ୍କ ସହିତ ମିଳାମିଶା କରିବା ସହ ବୁଲାବୁଲି କରିଥିଲେ । ପରେ ତାଙ୍କର ରିର୍ପୋଟ ଆସିବା ପରେ ତାଙ୍କୁ କୋଭିଡ-୧୯ ହସ୍ପିଟାଲକୁ ପଠାଯିବା ସହ ଉକ୍ତ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା । ତାଙ୍କ ପରିବାର ସହିତ ମହାମାୟାସାହିରୁ ସନ୍ଦେହରେ ଯେଉଁ ମାନଙ୍କର ସ୍ୱାବ ଟେଷ୍ଟ ରିର୍ପୋଟ ନେଗେଟିଭ ଆସିବା ପରେ ସତ୍ôୟାଦୀ ବ୍ଳକ ବିଡିଓ ସରୋଜ କୁମାର ଦତ୍ତ କଣ୍ଟେନମେଣ୍ଟ ଜୋନ ପ୍ରତ୍ୟାହାର କରାଗଲା ବୋଲି ସ୍‌ଥାନୀୟ ସରପଞ୍ଚଙ୍କୁ ପତ୍ର ମାଧ୍ୟମରେ ଜଣାଇଥିଲେ । ସରପଞ୍ଚ ବିଶ୍ୱଜିତି ମହାପାତ୍ର ଡେଙ୍ଗୁରା ମାଧ୍ୟମରେ ଗ୍ରାମବାସୀଙ୍କ ସହ ଜନସାଧାରଣଙ୍କୁ ଜଣାଇଥିବାର ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts