Breaking News

ବେକରେ ଦଉଡି ଲଗାଇ ଯୁବକର ଆତ୍ମହତ୍ୟା


ସାକ୍ଷୀଗୋପାଳ ----  ସତ୍ୟବାଦୀ ଥାନା ଅନ୍ତର୍ଗତ ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତର ପାହଡଚୁଳ ଗ୍ରାମର ଲିଙ୍ଗରାଜ ଦାସଙ୍କର ପୁଅ ଜଟିଆ ଦାସ (୪୦) ବେକରେ ରଶି ଲଘାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଜଟିଆ ଜଣେ ବଣିଆ କାରିଗର । ବାହାରେ ରହି ବଣିଆ କାମ କରୁଥିଲେ । ସେଠାରେ ଏକ ଝିଅକୁ ପ୍ରେମ ବିବାହ କରିଥିଲେ । ମାତ୍ର ସାଙ୍ଗ ସାଥୀରେ ପଡି ନିଶାଗସ୍ତ ହୋଇଯାଇଥିଲେ । ନିଶା ନ ଛାଡିବାରୁ ତାଙ୍କ ସ୍ତ୍ରୀ ଘରକୁ ଆସିନଥିଲେ  । ଜଟିଆ ପ୍ରତିଦିନ ନିଶା ସେବନ କରି ପରିବାରରେ ଅଶାନ୍ତି ସୃଷ୍ଟି କରେ ବୋଲି ଗ୍ରାମବାସୀ ମାନେ କହନ୍ତି । ଗତ କାଲି ଲିଙ୍ଗରାଜଙ୍କ ଭାଇର ପୁଅର ବାହାଘର ହୋଇଥିଲା ।ରାତିରେ ସମସ୍ତେ ଭୋଜି ଭାତ ଖାଇ ଶୋଇଥିଲେ । ଜଟିଆ ଅଧିକାଂଶ  ସମୟରେ ମାନସିକ ଚିନ୍ତାରେ ରହୁଥିଲେ । କୌଣସି କାରଣ ନେଇ ଘର ପାଖରେ କରାଯାଇଥିବା ଟେଣ୍ଡ ବାଉଁଶରେ ପାଷ୍ଟିକ ରଶି ବେକରେ ଲଗାଇ ଝୁଲି ପଡିଥିଲେ । ସକାଳେ ଲୋକମାନେ ଏହା ଦେଖି ସତ୍ୟବାଦୀ ଥାନାକୁ ଖବର ଦେଇଥିଲେ । ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ସଦଳବଳେ ଘଟଣା ସ୍ଥଳରେ ପହଞ୍ଚ ଶବ ଜବତ କରି ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିବା ଜଣାପଡିଛି ।
  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Popular Posts