ବାହୁଡ଼ା ଯାତ୍ରାପାଇଁ ୪୦୦ ଅଫିସର ଓ ୭୦ ପ୍ଲାଟୁନ ଫୋର୍ସ ମୁତୟନ
ପୁରୀ- ମହାପ୍ରଭୁଙ୍କ ୯ଦିନ ଯାତ୍ରା ପରେ ପବିତ୍ର ବାହୁଡ଼ା ଯତ୍ରା। ଚଳିତ ବର୍ଷ ମହାମାରୀ କୋଭିଡ୍-୧୯ ଗାଇଡ୍ ଲାଇନ୍ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନି ସମସ୍ତ ପ୍ରକାର କାର୍ଯ୍ୟ କରାଯିବ। ଏଥି ସହିତ ଏହାକୁ ନଜରରେ ରଖି ବାହୁଡ଼ା ଯାତ୍ରା ପାଇଁ ସ୍ବତନ୍ତ୍ର ପୋଲିସ ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି ପୁରୀରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ନେଇ ୪୦୦ ଅଫିସର ଓ ୭୦ ପ୍ଲାଟୁନ ଫୋର୍ସ ନିୟୋଜିତ ହେବେ । ଏଥି ସହିତ ଜିଲ୍ଲାର ସମସ୍ତ ପ୍ରବେଶ ପଥ ସିଲ୍ କରାଯିବ । ଆଜି ରାତି ୧୦ଟାରୁ ଜୁଲାଇ ୨ ରାତି ୧୦ ଯାଏ କର୍ଫ୍ୟୁ ଲାଗୁ ରହିବ । ଲୋକଙ୍କୁ ବଡ଼ଦାଣ୍ଡକୁ ନ ଆସିବାକୁ ଅନୁରୋଧ କରିଛନ୍ତି ଏଡ଼ିଜି । ବାହାର ଲୋକଙ୍କୁ ଘରେ ନ ରଖିବାକୁ ମଧ୍ୟ ଅନୁରୋଧ କରିଛନ୍ତି । ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କୋଭିଡ଼ ନେଗଟିଭ ଥିବା ସେବାୟତ ହିଁ ରଥ ଟାଣିବେ । ରଥ ଚାରିପଟେ ଅତିରିକ୍ତ କର୍ଡ଼ନ ରହିବ ବୋଲି ଏଡ଼ିଜି କହିଛନ୍ତି ।
ପୁରୀରୁ ଜୟନ୍ତ କୁମାର ସେଠୀ