ଲକ ଡାଉନ ଓ ସଟ ଡାଉନ ସମୟରେ ଶୁଖିଲା ଖାଦ୍ୟ ବଣ୍ଟନ
ଡେଲାଙ୍ଗ---- ଡେଲାଙ୍ଗ ବ୍ଲକ ଅଞ୍ଚଳରେ ଥିବା ଅସହାୟ ଗରିବ ପରିବାର ମାନଙ୍କୁ ଡେଲାଙ୍ଗ ଯୁବ ସଂଗଠନ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ଏଥିରେ ଯୁବ ସମାଜସେବୀ ଶଶି ରାୟଙ୍କ ସହାୟତାରେ ଯୁବ ସଂଗଠନର ସାମାଜିକ କର୍ମି ବିଶ୍ୱଜିତ ପାଢି,ପ୍ରଶନ୍ନ ସାମନ୍ତରାୟ,ଦିଲିପ ସାମନ୍ତରାୟ,ଅକ୍ଷୟ ବେହେରା,ଅନିଲ ସାହୁଙ୍କ ନେତୃତ୍ୱରେ ରାମଚନ୍ଦ୍ରପୁର,ଡେଲାଙ୍ଗ କୋଠବାଡ,ଗୁଆଚୈାକା,ଢିହଉପର ସାହି ଓ ହାଟ ଡେଲାଙ୍ଗ ଗାମରେ ଥିବା ଅସହାୟ ବ୍ୟକ୍ତି ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଏହା ସହିତ ବିଶ୍ୱ ମହାମାରୀ କରୋନା ଦାଉରୁ ନିଜ କୁ ରକ୍ଷା କରିପାରିବା ପାଇଁ ସାମାଜିକ ଦୁରତା ରକ୍ଷା କରିବା,ମୁହଁରେ ମାକ୍ସ ପିନ୍ଧିବା,ଅଯଥାରେ ଘରୁ ନ ବାହାରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି