Breaking News

ବିନା ଫଳକରେ କାମ ଶେଷ , ଲକ୍ଷ, ଲକ୍ଷ ଟଙ୍କାର ବିଲ ହଡ଼ପ ହୋଇଥିବା ଅଭିଯୋଗ

   
 କନ୍ଧମାଳ  ----କନ୍ଧମାଳ ଜିଲ୍ଲାରେ ସମସ୍ତ ଖଟିଖିଆ ମାନଙ୍କୁ କାମ ଯୋଗାଇବାକୁ ସରକାର ମହାତ୍ମାଗାନ୍ଧୀ ିଛି ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କର୍ମ ଯୋଗାଇ ଦେବାକୁ ନିୟମ ରହିଛି  । କିନ୍ତୁୁ ଏହି ଯୋଜନାରେ ଏବେ ଘୋଟାଲର ଗନ୍ଧ ବାରିହୋଉଥିବା ଦେଖିବାକୁ ମିଳିଛି ।ଏଭଳି ଯଦି ଲୋଭଖୋର ଅଫିସରମାନଙ୍କ ଏହି ଯୋଜନା ଚାଲେ ତାହାହେଲେ ଏହି ଯୋଜନା ଯୋଜନାରେ ହିଁ ରହିଯିବ ବୋଲି ଲୋକମାନେ କହନ୍ତି  ।  ବାଲିଗୁଡା ଆଇଟିଡିଏ ତରଫରୁ  ଫୋକସ ଏରିଆ ଡେଭେଲାମେଣ୍ଟ ପୋଗ୍ରାମ ବା  (FADP)ମାଧ୍ୟମରେ ମିଡିଆକିଆ ପଞ୍ଚାୟତର ଚିଙ୍ଗିରି ଗାଁ ଠାରେ ଏକ ପାହାଡ ଚାରିପଟେ ଜଳକୁ ସଂରକ୍ଷଣ ପାଇଁ ଖାତ ଖୋଳାଯାଇଛି ।କିନ୍ତୁୁ ସେ ଖାତଗୁଡିକ ଠିକ୍ ଭାବରେ ମାପରେ ଖୋଳାଯାଇନାହିଁ ।କେଉଁଠି ଆଠ ଫୁଟକୁ ଏକ ଫୁଟ ଗଭିର ହୋଇଛିତ ଆଉ କେଉଁଠି ଗଭିର ଦେଢଫୁଟ ଓ ସାତଫୁଟ ଓସାରରେ ଖୋଳାଯାଇଛି ।ଏଥିପାଇଁ ବିଭିନ୍ନ ଗାଇଡ୍ ଲାଇନ ଥିଲେ ମଧ୍ୟ ଏହି ଗାଇଡ୍ ଲାଇନକୁ ଅଫିସରମାନେ ଫୁ କରି ଦେଇଛନ୍ତି  ।ଏହି ଯୋଜନା ଦ୍ବାରା ଲୋକଙ୍କୁ ଯିବିକା ଯୋଗାଯିବା ସହିତ ଜଳକୁ ସଂରକ୍ଷଣ କରି ଜମି,ବାଡିକୁ ଜଳ ମାଡିବାରେ ଏବଂ ମାଟିକ୍ଷୟ ହେବାରେ ସହାୟକ ହେବାକୁ ଏହି ଯୋଜନା କରାଯାଇଥିବା ବେଳେ ଏବେ ଏହା ସଂପୂଣ୍ଣ  ବିଫଳ ହେବାକୁ ବସିଲାଣି  ।ଏଥିପାଇଁ ଦାୟୀ ହୋଉଛନ୍ତି ବିଭାଗୀୟ ଅଧିକାରୀ,ଜେଇ,ଓ ଫିଲଡ ଅଫିସର ବୋଲି ଲୋକମାନେ କହନ୍ତି ।ଏହି ବାବୁମାନେ ଫିଲଡିକୁ ନଯାଇ ପିସିନେଇ ବିନା ତଦାରଖରେ ବିଲ୍ ପାସ କରୁଥିବା ଅଭିଯୋଗ ହୋଉଛି ।ମିଡିଆକିଆ ପଞ୍ଚାୟତର ଚିଗିଁରି ଗାଁ ଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।ସେଥିପାଇଁ ଖର୍ଚ ହୋଇଛି ପ୍ରାୟ ପାଞ୍ଚଲକ୍ଷ ଟଙ୍କା କିନ୍ତୁୁ ଏଠାରେ କୈଣସି ଫଳକ ମରାଯାଇନାହିଁ ।ଏଭଳି ଅଧପନ୍ତରିଆ ଭାବରେ କାମ ହୋଇଥିଲେ ମଧ୍ୟ ଆଖି ବୁଜି ବିନା ଦେଖାରେଖାରେ ଏହି ବିଲ୍ ପାସ କରାଯାଇଥିବା ଜଣାପଡିଛି ।ଏହି ବିଲ୍ କୁ ଘରେବସି ପାସକରି ବିଭାଗୀୟ ଅଧିକାରି,ଫିଲଡ ଅଫିସର,ଜେଇ ମାଲେମାଲ ହୋଉଛନ୍ତି । ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ  ପ୍ରୋଜେକ୍ଟ ଫେଲ ହେବାକୁ ବସିଲାଣି ।କିଛି ଗାଁ ଟାଉଟର କୁଜିନେତା ଦ୍ବାରା ଏହି କାମକୁ ତାଙ୍କ ହାତରେ ଧରାଇ ଦେଇ ବାବୁମାନେ ଘରେ ବସି ବିନା ତଦନ୍ତରେ ବିଲ କରୁଥିବା ଜଣାପଡିଛି ।ଯାହାର ନମୁନା ବିନା ଫଳକରେ କାଯ୍ୟ ସମାପନ ହୋଇଥିବା ଓ ଏହାର  ଫାଇନାଲ ବିଲ ହୋଇଥିବା ଜଣାପଡିଛି ।       ଏହାର ବିଲ୍ ପାସକରାଯାଇଥିବା କୁ ନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି । ବିନା ଫଳକରେ କିଭଳି ବିଲ୍ ପାସ କରାଗଲାବୋଲି ଫିଲଡ ଅଫିସରକୁ ପଚାରା ଯିବାରୁ ସେ କୈଣସି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ ।କିନ୍ତୁୁ ବିନା ଫଳକରେ ବିନା ତଦାରଖରେ ବିଲ ପାସ କଥାକୁ ମାନିଥିଲେ ।ଏ ବିଷୟରେ ଜେଇ ମହାଶୟଙ୍କୁ ପଚାରାଯିବାରୁ ମୁଁ ଏକ ମାସ ହେଲା  ଚାର୍ଜ ନେଇଛି ମୁଁ ଫିଲଡକୁ ଯାଇନାହିଁ କିଛି ଦେଖିନାହିଁ ବୋଲି ଉତ୍ତର ରଖିଥିଲେ।  କିନ୍ତୁୁ ବିନାଫଳକ,ବିନା ତଦାରଖରେ ଗାଇଡ ଲାଇନକୁ ଫଲୋ ନକରି ବିଲ୍ ପାସ ହେବାକଥା ନୁହେଁ ଏହା କିଭଳି ହେଲା ବୋଲି କହିବା ସହିତ ବିଲ ପାସ କରାଯାଇଥିବା ମୁଁ ଶୁଣିବାକୁ ପାଇଛି ବୋଲି ପ୍ରକାଶ କରିଛନ୍ତି । କିନ୍ତୁ ଏହା ସଂପୂଣ୍ଣ ବେଆଇନ୍ ବୋଲି ପ୍ରକାଶ କରିଛନ୍ତି ।ଏବିଷୟରେ ପିଡିଏଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା କିନ୍ତୁ ଯୋଗାଯୋଗ ହୋଇପାରିଲା ନାହିଁ  ।ଏଭଳି ଭାବରେ ଆରମ୍ଭରୁ ଏମଜି ଏନ୍ଆରଇଜିଏସ୍ କାମରେ ଘୋଟାଲା ଦେଖିବାକୁ ମିଳୁଥିବାରୁ ଏହାର ତଦନ୍ତ ଜିଲ୍ଲା ପ୍ରଶାସନ ଦ୍ବାରା କରି ଦୋଷୀ ବିରୋଧରେ ଦୃଢ କାଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଲିଗୁଡା ଜନସାଧାରଣ ପ୍ରଶାସନ ପାଖରେ ଦାବୀ କରିଛନ୍ତି  । 
କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts