Breaking News

ବିଭିନ୍ନ ସଂଗରୋଧ ଗୃହରୁ ୩୯୮ ଜଣ ଘରକୁ ଗଲେ

ଡେଲାଙ୍ଗ------  ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତ ପକ୍ଷରୁ କରାଯାଇଥିବା ସଗଂରୋଧ ଗୃହରେ ବିଭିନ୍ନ ଦିନରେ  ୫୧୧ ଜଣ ପ୍ରବାସୀ ଓଡିଆ ଆସି ରହିଥିଲେ ।  ଗୁରୁବାର  ଦିନ ଅପରାହ୍ନ ସୁଦ୍ଧା  ୩୯୮ ଜଣ ପ୍ରବାସୀ ଓଡିଆ ନିଜ ଘରକୁ ଫେରିଛନ୍ତି ବୋଲି ଏବିଡିଓ ପ୍ରଦୀପ୍ତ କୁମାର ନାୟକଙ୍କ ଠାରୁ ସୁଚନା ମିଳିଛି । ପ୍ରବାସୀ ଓଡିଆ ମାନେ  ଏଠାରୁ ଗଲା ପରେ ସାତଦିନ ନିଜ ନିଜ ଘରେ ସଂଗରୋଧ ଗୃହରେ ରହିବା ପାଇଁ ସ୍ଥାନୀୟ ସରପଞ୍ଚ ମାନେ ସେମାନଙ୍କୁ ପରମାର୍ଶ ଦେଇଛନ୍ତି ।  ପ୍ରବାସୀ ଓଡିଆ ମାନେ ମହାରାଷ୍ଟ୍ର, କର୍ଣ୍ଣାଟକ, ତେଲେଙ୍ଗାନା, ତାମିଲୁନାଡୁ, କେରଳ ଓ ଆନ୍ଦ୍ର ପ୍ରଦେଶ, କଲିକତା, ସୁରାଟ, ଗୁଜୁରାଟ,ଦୀଲ୍ଲୀ, ଉତ୍ତରପ୍ରଦେଶ ଆଦି  ରାଜ୍ୟରୁ ଆସିଥିବା ଜଣାପଡିଛି । ଏମାନେ ସରକାରଙ୍କ କୋଭିଡ-୧୯ ଆଇନକୁ ମାନି ଚଳିଥିଲେ । ପ୍ରବାସୀ ଓଡିଆମାନେ ଏଠାରୁ ବିଦାୟ ନେବା ସମୟରେ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୧୩ ଜଣ  ପ୍ରବାସୀ ଓଡିଆ  ବିଭିନ୍ନ ସଂଗରୋଧ ଗୃହରେ ରହିଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts