Breaking News

ନିମ୍ନ ମାନର ଖାଦ୍ୟ ଯୋଗୁ ଡେଲାଙ୍ଗ ମହତାବ ସଂଗରୋଧ କେନ୍ଦ୍ରରେ ପ୍ରବାସୀ ମାନେ ପ୍ରତିବାଦ କଲେ

ଡେଲାଙ୍ଗ------ ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ସୁଜନପୁର ଗ୍ରାମ ପଞ୍ଚାୟତ ପକ୍ଷରୁ ମହତାବ ହାଇସ୍କୁଲ ପରିସରରେ ସଂଗରୋଧ କେନ୍ଦ୍ର କରାଯାଇଛି । ଏହି ସଂଗରୋଧ କେନ୍ଦ୍ରରେ ବିଭିନ୍ନ ପଞ୍ଚାୟତର ୨୬ଜଣ ପ୍ରବାସୀ ଓଡିଆ ରହିଛନ୍ତି ।  ନିମ୍ନ ମାନର ଖାଦ୍ୟ ଯୋଗୁ ପ୍ରବାସୀ ମାନେ ମଧ୍ୟାହ୍ନ ଭୋଜନ ନ ଖାଇ ଭୋକ ଉପାସରେ ପ୍ରତିବାଦ କରି ବସି ରହିଥିଲେ । ଏହି ଖବର ପାଇ ସରପଞ୍ଚଙ୍କ ପ୍ରତିନିଧି  ସଂଜୟ କୁମାର ରାଉତରାୟ  ସଂଗରୋଧ କେନ୍ଦ୍ରକୁ ଆସି ଅନୁସନ୍ଦାନ କରିଥିଲେ । ଏବଂ ପକୃତରେ ଖାଦ୍ୟ ନିମ୍ନ ମାନର ହୋଇଥିବାର ଦେଖି ଖାଦ୍ୟ ଯୋଗାଉଥିବା ଯୁବକଙ୍କୁ ବିରକ୍ତି ପ୍ରକାଶ କରିବା ସହ ପ୍ରବାସୀ ମାନଙ୍କୁ ବୁଝାସୁଝା କରିଥିଲେ । ମାତ୍ର ସେମାନେ ବସି ରହିଥିଲେ । ଏବିଡିଓ ପ୍ରଦୀପ୍ତ ନାୟକ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ପ୍ରବାସୀ ମାନଙ୍କୁ ବୁଝାସୁଝା କରିବା ସହ ସେମାନେ ଯେତିକି ଦିନ ରହିବେ ସେମାନଙ୍କୁ ଭଲ ଖାଦ୍ୟ ଯୋଗାଇ ଦେବାକୁ ସରପଞ୍ଚ ଓ ନୋଡାଲ ଅଧିକାରୀଙ୍କୁ କହିଥିବା ଜଣାପଡିଛି । ଏ ସମ୍ପର୍କରେ ବିଡିଓଙ୍କୁ ସେ ଅବଗତ କରାଇଥିବା କହିଛନ୍ତି । ଅନ୍ୟ ପକ୍ଷେ ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ ଉକ୍ତ ସଂଗରୋଧ କେନ୍ଦ୍ରରେ ପହଞ୍ଚି ଘଟଣା ସମ୍ପର୍କରେ ଅନୁସନ୍ଦାନ କରିବା ସହ ପ୍ରବାସୀ ମାନଙ୍କ ସହିତ ଆଲେଚନା କରିଥିଲେ ।
 ଡେଲାଙ୍ଗରୁ ଧୀରେନ୍ଦ୍ର
ସେନାପତି 

Blog Archive

Popular Posts