ଭକ୍ତ ଦାସିଆ ପୀଠରେ ମହାପ୍ରଭୂଙ୍କ ତୁଳସୀ ବେଶ
ଡେଲାଙ୍ଗ-----ପ୍ରବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ଭକ୍ତ ଦାସିଆ ଜନ୍ମ ଓ ସାଧନ ପୀଠ ବାଲିଗାଁ । ମହାପ୍ରଭୂ ଶ୍ରୀଜଗନ୍ନାଥ,ବଳଭଦ୍ର ଓ ମା ସୁଭଦ୍ରାଙ୍କ ଦୈନଦିନ ନୀତି ମଙ୍ଗଳ ଆଳତୀ,ବାଳଧୂପ ପରେ ମନ୍ଦିର ବେଢାରେଏକ ସୁସଜ୍ଜିତ ବିମାନରେ ମନ୍ଦିର ସେବାୟତ ମାନେ ଠାକୁରଙ୍କୁ ଗୋଟି ପହଣ୍ଡି କରି ବିମାନକୁ ବଜେ କରାଇଥିଲେ । ଏହି ଅବସରରେ ନୂତନ ବସ୍ତ୍ର ପରିଧାନ,ଫୁଲ ଚନ୍ଦନ ଲଗାଯାଇ ଠାକୁରଙ୍କୁ ସ୍ୱତନ୍ତ୍ର ତୂଳସୀ ବେଶ କରାଯାଇଥିଲା ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶ୍ୱ ମହାମାରୀ କରୋନା ର କୋଭିଡ-୧୯ର ନିର୍ଦ୍ଦେଶନାମା ମାନି ସାମାଜିକ ଦୁରତା ବଜାୟ ରଖିବା ସହିତ ମୁହଁରେ ମାକ୍ସ ପିନ୍ଧି ଭକ୍ତ ଦାସିଆ ସ୍ମୁତି କମିଟି ଦ୍ୱାରା ଏହି କାର୍ଯ୍ୟ ସମ୍ପାଦନ କରାଯାଇଛି ।ଠାକୁରଙ୍କ ନିକଟରେ ଶ୍ରଦ୍ଧାଳୁ ଭକ୍ତ ମାନେ ଭଜନ ସଂକ୍ରିର୍ତ୍ତନ ପରିବେଷଣ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଘନଶ୍ୟାମ ସ୍ୱାଇଁଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟ କରାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି