Breaking News

ବିଶ୍ୱ ଯୋଗ ଦିବସ ସତ୍ୟବାଦୀରେ ପାଳିତ

ସାକ୍ଷୀଗୋପାଳ ----- ସତ୍ୟବାଦୀ ଯୋଗ ପରିବାର ପକ୍ଷରୁ ଆଜି ବିଶ୍ୱ ଯୋଗ ଦିବସକୁ ନିରାଡମ୍ବର ସହକାରେ ପାଳିତ ହୋଇଯାଇଛି । ଯୋଗ ଶିକ୍ଷକ ସୁବାଷ ଚନ୍ଦ୍ର ମିଶ୍ରଙ୍କ ତତ୍ୱାବଧାନରେ କୋଭିଡ-୧୯ ଆଇନ ଅନୁଯାୟୀ ସାମାଜିକ ଦୁରତା ରକ୍ଷା କରାଯାଇ ଯୋଗ ଶିକ୍ଷା କରାଯାଇଥିଲା । ଏହି ଶିବିରରେ ପରିବାର ସଦସ୍ୟ ତଥା ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରିଙ୍କ ସହିତ ସତ୍ୟବାଦୀ ଦାଶ, ଉମେଶ ଚନ୍ଦ୍ର ପ୍ରଧାନ, ପତଞ୍ଜଳି ମିଡିଆ ପ୍ରଭାରୀ ବିଷ୍ଣୁ ପ୍ରସାଦ ମିଶ୍ର, ମନୋରଞ୍ଜନ ଦାଶ, ତାରେଣୀ ପ୍ରସାଦ ମିଶ୍ର ଓ ବ୍ୟବସାୟୀ ମାନେ ଯୋଗ ଶିବିରରେ ଉପସ୍ଥିତ ରହିଥିଲେ । ଯୋଗର ଉପକାରିତା ଏବଂ ବର୍ତ୍ତମାନର ମହାମାରୀ ରୁ  ସୁରକ୍ଷିତ ରହିବା ପାଇଁ ହେଲେ ଯୋଗ ଶିକ୍ଷା କରିବା ଆବଶ୍ୟକତା ରହିଛି ବୋଲି ଯୋଗ ଗୁରୁ ଶ୍ରୀ ମିଶ୍ର କହିଥିଲେ । ଏହି ଅବସରରେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଘଟୁଆରିଙ୍କୁ ସମ୍ମର୍ଦ୍ଧନା କରାଯାଇଥିଲା ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts