Breaking News

ପୁଣି ଜଣେ ଯୁବକଙ୍କର ଆତ୍ମହତ୍ୟା :କାରଣ ଅସ୍ପଷ୍ଟ


ଓଡ଼ଗାଁ/କୁରାଳ - ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରେ ନିମ୍ନ ମାନସିକତା ଯୋଗୁଁ ଦିନକୁ ଦିନ ଆତ୍ମହତ୍ୟା ବଢୁଥିବା ଜଣାପଡିଛି । ବିଶେଷ କରି  ଆତ୍ମହତ୍ୟା କରୁଥିବା ଯୁବକଙ୍କର ସଂଖ୍ୟା ଅଧିକ ବୋଲି ଜଣାପଡିଛି ।ସୂଚନା ଅନୁଯାୟୀ ଓଡ଼ଗାଁ ବ୍ଲକ ଗିରିଡିପଲ୍ଲୀ ଗ୍ରାମର  ଦେବରାଜ ବେହେରାଙ୍କ ମଧ୍ୟମ ପୁତ୍ର ଦେବୀ ପ୍ରସାଦ ବେହେରା ବୟସ (୧୯) ବୋଲି ଜଣାପଡିଛି । ଘରେ କେହି ନଥିବା ସମୟରେ ଦିବା ୧୦ଘଟିକା ସମୟରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ଖବର ପାଇ ଓଡ଼ଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି ।

ରିପୋର୍ଟ-ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Popular Posts