କରୋନା-୧୯ ଆଇନ ନ ମାନିବାରୁ ୫ଶହ ଟଙ୍କା ଫାଇନ ଦେଲେ ଡ୍ରେସ ଦେକାନୀ
ସାକ୍ଷୀଗୋପାଳ ------- ରାଜ୍ୟରେ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଛି । ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଡିବାରେ ଲାଗିଛି । ଏପରିକି ଗୋଟିଏ ଗ୍ରାମରୁ ୪ରୁ୫ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଲାଣି । ରାଜ୍ୟରେ ସରକାର କରୋନା ପାଇଁ ରାତି ୯ଟା ପର ଠାରୁ ସଟ ଡାଉନ ଆଇନ ଜାରି କରିଛନ୍ତି । ମାତ୍ର ସତ୍ୟବାଦୀରେ ଏହାକୁ ଫୁ କରି କେତେକ ବ୍ୟବସାୟୀ ଦେକାନ ଖୋଲି ବ୍ୟବସାୟ କରୁଛନ୍ତି । ଶୁକ୍ରବାର ରାତି ୯ ଟା ପରେ ସତ୍ୟବାଦୀ ବ୍ଳକ ବିଡିଓ ସରୋଜ କୁମାର ଦତ୍ତ ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ଥିବା ସନ୍ତୋଷ ରେଡିମେଡ ଡ୍ରେସ ଦେକାନରେ ଗହଳି ଲାଗି ରହିଥିଲା । ଏବଂ ସଟ ଡାଉନ ଜାରି ହୋଇଥିବା ବେଳେ ଦେକାନ ଖୋଲିଥିବାରୁ ତାଙ୍କ ଠାରୁ ୫ଶହ ଟଙ୍କା ଫାଇନ ଆଦାୟ କରାଯାଇଥିବା ବିଡିଓ ଶ୍ରୀ ଦତ୍ତଙ୍କ ଠାରୁ ପ୍ରକାଶ । ସେହିପରି ସାକ୍ଷୀଗୋପାଳ ବଡ ବଜାରରେ ଅନ୍ୟ କେତେକ ଦେକାନୀ ଦେକାନ ଖୋଲିଥିବାରୁ ସେମାନଙ୍କୁ ସଚେତନତା କରାଯାଇଛି । ଦେକାନ ବନ୍ଦ କରିବା ପାଇଁ କହିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ କହୁଯାଇଛି । ସତ୍ୟବାଦୀରେ ଏବେ ଆଲେଚନା ହେଉଛି କରୋନା ଯୋଦ୍ଧା କିଏ ଥାଆନ୍ତି ତା ହେଲେ ସେ ହେଉଛନ୍ତି ସତ୍ୟବାଦୀ ବିଡିଓ । ସକାଳ ୮ଟା ଠାରୁ ରାତି ୧୨ଟା ପର୍ଯ୍ୟନ୍ତ ସେ କାର୍ଯ୍ୟରତ । କରୋନା ପାଇଁ ନିଜର ପରିବାର ଛାଡି ଦେଇ ସେ ନିଜର କର୍ତ୍ତବ୍ୟ କରିଚାଲିଛନ୍ତି ବୋଲି ସତ୍ୟବାଦୀରେ ଆଲେଚନା ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି