Breaking News

ଚାଷୀଙ୍କୁ ମିଳିଲା ମାଗଣା ଧାନ ବିହନ


ପିପିଲି-----ପିପିଲି ବ୍ଲକ ପମସରା ପଞ୍ଚାୟତରେ ଚାଷି ମାନଙ୍କୁ କୃଷି ବିଭାଗ ପକ୍ଷରୁ ପୁର୍ବ ଭାରତର ସବୁଜ ବିପ୍ଲବ ଯୋଜନାରେ ୫୦ହେକ୍ଟର ଚାଷ ଜମି ପାଇଁ ମାଗଣା ଧାନ ବିହନ ବଣ୍ଟନ କରାଯାଇଛି । ବିହନ ବିତରଣ କାର୍ଯ୍ୟକ୍ରମରେ ଯୋଗଦେଇ ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁ ପୁର୍ବତନ କୃଷିମନ୍ତ୍ରୀ ତଥା ସ୍ଥାନିୟ ବିଧାୟକ ପ୍ରଦୀପ ମହାରଥିଙ୍କ ପ୍ରଚେଷ୍ଟାରେ ଆଜି ପିପିଲି ବ୍ଲକର ଦୁଇଟି ପଞ୍ଚାୟତର ଯଥା ପମସରା ଓ ଦୃର୍ଗାଦାସପୁର କୁ ପୁର୍ବ ଭାରତର ସବୁଜ ବିପ୍ଲବ ଯୋଜନାରେ ରାଜ୍ୟ ସରକାର ସାମିଲି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ,ସ୍ଥାନିୟ ସରପଞ୍ଚ ସନ୍ତୋଷ କୁମାର ଜେନା,ଶିକ୍ଷାବିତ୍ ସତ୍ୟଜିତ ରାୟଚୈାଧୁରୀ,ପୁର୍ବତନ ସମିତିସଭ୍ୟା ଜୋସ୍ନାରାଣୀ ପୁଷ୍ଟି,ଗ୍ରାମ୍ୟକୃଷି କର୍ମଚାରୀ ଦିପକ କୁମାର ପରିଡା,କୃଷକ ସାଥି ମଙ୍ଗୁଳି ବାରିକ ଓ ବିଶ୍ୱନାଥ ଭୋଇ ପ୍ରମୁଖ ଉପସ୍ଥିତିରେ ଚାଷିମାନଙ୍କୁ  ବିହନ ବିତରଣ କରାଯାଇଛି । ସରକାରଙ୍କ ଏଭଳି କାର୍ଯ୍ୟକ୍ରମକୁ ଚାଷି ଶରତ ଚନ୍ଦ୍ର ସ୍ୱାଇଁ,କପିଳ ସାହୁ,ଏକନ ରାଉତ,କାର୍ତିକ ସ୍ୱାଇଁ,ପ୍ରାଣକୃଷ୍ଣ ଜେନା ଓ ମାନସ ଘଡେଇ ପ୍ରମୂଖ ବହୁତ ପ୍ରଶଂସା କରିଛନ୍ତି । ୫୦ ହେକ୍ଟର ଧାନ ଚାଷ ନିମନ୍ତେ ଝ ବିହନ(କଳା ଚମ୍ପା) ସହିତ ଧନିଚା ବିହନ ଯୋଗାଇ ଦିଆଯାଇଛି । ତତ୍ ସହିତ ଆବଶ୍ୟକୀୟ କୀଟନାଶକ,ଅଣୁସାର ସରକାରଙ୍କ ପକ୍ଷରୁ ଚାଷି ମାନଙ୍କୁ ଯୋଗାଇ ଦିଆଯିବ ବୋଲି ଗ୍ରାମ୍ୟ କୃଷିକର୍ମଚାରୀ ଦିପକ କୁମାର ପରିଡାଙ୍କ ଠାରୁ ସୁଚନା । 
ପିପିଲି ରୁ ବିଜୟ କୁମାର ମହାପାତ୍ର

Popular Posts