Breaking News

ଗୋପିନାଥ ମନ୍ଦିରର ପାଶ୍ୱ ଦେବାଦେବୀଙ୍କ ପ୍ରତିଷ୍ଠା ଉତ୍ସବ

ଡେଲାଙ୍ଗ ----- ରାଜ୍ୟରେ ମହାମାରୀ କରୋନା ପାଇଁ ସଟ ଡାଉନ ଜାରି ହୋଇଛି । ସାମାଜିକ ଦୂରତା ରକ୍ଷା କରାଯାଇ ଡେଲାଙ୍ଗ ଥାନା ଅନ୍ତର୍ଗତ ଗୁଆଳିପଡା ଗ୍ରାମ ପଞ୍ଚାୟତର ପାଟପୁର ଗ୍ରାମରେ ଥିବା ଗୋପିନାଥ ଦେବଙ୍କ ମନ୍ଦିରରେ ଭୈରବୀ, ଛିନ୍ନମସ୍ତା ଓ ବରାହ ପାଶ୍ୱର୍ ଦେବାଦେବୀଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି । ଏହି ଅବସରରେ ମନ୍ଦିର ପରିସରରେ ଏକ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଗ୍ରାମରେ ଆମିଷ ପ୍ରବେଶ ବନ୍ଦ କରାଯିବା ସହ ସମସ୍ତ ପରିବାରଙ୍କ ଘର ଆଗରେ ପୂର୍ଣ୍ଣକୁମ୍ଭ ସ୍ଥାପନ କରାଯାଇଥିଲା । କର୍ତ୍ତା ଭାବେ ରାମଚନ୍ଦ୍ର ମିଶ୍ର ଓ କର୍ତ୍ତୀଭାବେ ଶ୍ୟାମଳା ମିଶ୍ର କାର୍ଯ୍ୟ ସମାପନ୍ନ କରିଥିଲେ । ମଧୁସୁଦନ ରଥ, ମନୋଜ ମିଶ୍ର, ଦୁର୍ଗାଚରଣ ମିଶ୍ର, ପ୍ରଫୁଲ ମିଶ୍ର ଓ ଶୈଳଭାମା ମହାପାତ୍ର ଗ୍ରାମର ମୁରବୀ ଭାବେ ରହିଥିଲେ । ଗ୍ରାମର ଯୁବଗୋଷ୍ଠୀ ସମସ୍ତ ସହଯୋଗ କରିଥିଲେ । ସ୍ଥାନୀୟ ସରପଞ୍ଚ କାଳନ୍ଦୀ ଜେନା ଅନୁଷ୍ଠିତ ଯଜ୍ଞର ପୂର୍ଣ୍ଣାହୁତିରେ ପହଞ୍ଚି ଠାକୁରଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts