କଲ୍ୟାଣପୁର କଲେଜରୁ ୯ଜଣ ପ୍ରବାସୀ ଘରକୁ ଗଲେ
ଡେଲାଙ୍ଗ ----- ବିଶ୍ୱ ମହାମାରୀ କରୋନା ସଂକ୍ରମିତ ରୋକିବା ପାଇଁ ପ୍ରବାସୀ ଫେରନ୍ତା ମାନଙ୍କୁ ବ୍ଲକ ପକ୍ଷରୁ ଖୋଲା ଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୪ଦିନ ରଖାଯାଇଛି । ଡେଲାଙ୍ଗ ବ୍ଲକ ସ୍ଥିତ ଧାନକେରା ପଞ୍ଚାୟତର ପ୍ରବାସୀ ଫେରନ୍ତା ମାନଙ୍କ ପାଇଁ କଲ୍ୟାଣପୁର କଲେଜରେ ଅସ୍ଥାୟୀ ସ୍ୱାସ୍ଥ୍ୟା କେନ୍ଦ୍ର କରାଯାଇଛି । ୯ଜଣ ପ୍ରବାସୀ କୋଭିଡ-୧୯ ଆଇନ ଅନୁଯାୟୀ ୧୪ ଦିନ ଏଠାରେ ରହିବା ପରେ ସାତଦିନ ନିଜ ଘରେ ସଂଗରୋଧ ଗୃହରେ ରହିବା ପାଇଁ ପଠାଯାଇଥିବା ସରପ ପ୍ରସନ୍ନ କୁମାର ଜେନାଙ୍କ ଠାରୁ ପ୍ରକାଶ । ସେମାନେ ବାହାର ରାଜ୍ୟରୁ ଆସିଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟଗତ ପରିକ୍ଷା କରାଯିବା ସହ ସାଙ୍ଗରେ ପ୍ରମାଣ ପତ୍ର ଦିଆଯାଇଥିବା ଶ୍ରୀଜେନାଙ୍କ ଠାରୁ ସୁଚନା ମିଳିଛି । ଅଙ୍ଗନୱାଡି, ଆଶାକର୍ମୀ, ଶିକ୍ଷକ, ନେଡାଲ ଅଫସର ପ୍ରମୁଖ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି