Breaking News

ଆଦ୍ୟା ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିର ; ୨୨ ୟୁନିଟ ରକ୍ତ ସଂଗ୍ରହ

ବେଗୁନିଆ---- ବେଗୁନିଆ ଥାନା ଅନ୍ତର୍ଗତ ଗେଡିଆପଲ୍ଲୀ ପଞ୍ଚାୟତର  ଗୌଡନୂଆଗାଁ   ଗ୍ରାମର ଆଦ୍ୟା ଯୁବକ ସଂଘ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର  ପରିସରରେ ଅନୁଷ୍ଠିତ  ହୋଇଯାଇଛି । ଏହି ଶିବିରରେ କୋଭିଡ-୧୯ ର ନିୟମ ପାଳନ ପୂର୍ବକ  ୨୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରେ ଦମ୍ପତି ପ୍ରକାଶ ରଞନ ସାହୁ  ଓ ତାଙ୍କ ପତ୍ନୀ ରଶ୍ମିତା ସାହୁ  ପ୍ରଥମେ ରକ୍ତଦାନ କରି ଶିବିିରଟିର ଶୁଭାରମ୍ଭ କରିଥିଲେ । ଏହି ଶିବିରରେ  ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ,ସ୍ଥାନୀୟ ଚିକିତ୍ସାଳୟର ଫାର୍ମାସିିଷ୍ଟ ବିଭୁଦତ ଛୋଟରାୟ, ଅନୁଷ୍ଠାନର ସଭାପତି କାହ୍ନୁ ଚରଣ ବେହେରା ଓ କୃଷକ ନେତା ଜୟନ୍ତ ତ୍ରିପାଠୀ ପ୍ରମୁଖ  ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ସ୍ଥାନୀୟ ଆୟୁଷ ଡାକ୍ତର ନିବେଦିତା ଭୋଳ,ଖୋର୍ଦ୍ଧା ବ୍ଲଡ ବ୍ୟାଙ୍କର ଲାବଟେକନିସିଆନ ଅରୁଣ କୁମାର ସାହୁ ,ଝୁନୁବାଳା ସାହୁ ,ସହାୟିକା ଅମିତା ନାୟକ ଓ ସ୍ଥାନୀୟ ଆଟେଟାଣ୍ଡ ଉଦୟନାଥ ରାଉତ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । କାର୍ଯ୍ୟକ୍ରମକୁ ସମାଜସେବୀ ଯୋଗେଶ୍ୱର ପଣ୍ଡା ପରିଚାଳନା କରିଥିଲେ ।  ବେଗୁନିଆରୁ ଯୋଗେଶ୍ୱର ପଣ୍ଡା 

Blog Archive

Popular Posts