Breaking News

ପ୍ରଶାସନର ଆଢୁଆଳରେ ଅତାବିରାରେ ଚାଲେ ଚୋରା ବାଲି ଓ ମାଟି ଚାଲାଣ



 ବରଗଡ଼---  ବରଗଡ଼ ଜିଲ୍ଲା ଅତାବିରା ତହସିଲ ଓ ଭେଡେନ ତହସିଲ ଅଞ୍ଚଳରେ ଦିନକୁ ଦିନ ଚୋରା ବାଲି ଓ ମାଟି ଚାଲାଣ ବୃଦ୍ଧି ପାଇବାରେ ଲାଗିଛି ।  କିଏ ଏଠି ମାଲାମାଲ ହେଉଛି ତ ଆଉ କେତେକ ଅସାଧୁ ସରକାରୀ ଅଧିକାରୀ ମାନଙ୍କ ସହ ହାତ ମିଳାଇ ରାଜସ୍ୱ ହାନି ଘଟାଇ ଚାଲିଛନ୍ତି । ଅଞ୍ଚଳକୁ ମାଫିଆ ମାନେ ଖୋଲ କରି ସାରିଲେଣି। ରାଜରାସ୍ତାରେ ଖୁଲେ ଆମରେ,ସିସି କ୍ୟାମେରା ସାମ୍ନା ଅର୍ଥାତ ପ୍ରଶାସନର ଆଖି ସାମ୍ନାରେ ଚୋରା ବାଲି ଓ ମାଟି  ଚାଲାଣ ହେଉଛି । ପ୍ରଶାସନ ଚେଇଁ ଶୋଇଛି ବୋଲି ଲୋକେ କହୁଛନ୍ତି।ଯଦ୍ୱାରା ମାଫିଆ ମାନେ ତାଙ୍କର ଦୌରାତ୍ମ ବଢ଼ାଇ ଲକଡାଉନ ସମୟରେ ସାରା ବିଶ୍ୱ ଯେତେବେଳେ ସଂଘର୍ଷ କରୁଛି।ଏହି ସମୟରେ କିଛି କୁଜିନେତାଙ୍କ ପ୍ରଶ୍ରୟ ତଥା ଅସାଧୁ ଅଧିକାରୀ ମାନଙ୍କ ସଲାସୁତୁରାରେ ଦିନରାତି  ବଡ ବଡ ହାଇୱ ସାହାଯ୍ୟରେ ବାଲି ମାଟି ଲୁଟିଚାଲିଛନ୍ତି । କାଁ ଭାଁ ଲୋକ ଦେଖାଣିଆ ଭାବେ ତହସିଲ ପକ୍ଷରୁ ଜୋରିମାନା ଆଦାୟ ହେଉଛି ।  ହେଲେ ବଡ଼ ବଡ଼ ବାଲି, ମାଟି ବେପାରୀ ମାନଙ୍କୁ ଛାଡ କରାଯାଉଥିବା ବେଳେ ଛୋଟ ଛୋଟ ବେପାରୀଙ୍କୁ ଲାଗୁଛି ରୋକ । ବଡ଼ ବଡ଼ ବେପାରୀ ମାନଙ୍କୁ ଧରିଲେ  ଅଧିକାରୀ ମାନଙ୍କୁ ମାଫିଆ ମାନେ ଗାଡି ଚଢାଇ ଦେବାର ଧମକ ଚମକ ଦେଇ ଭୟଭୀତ କରୁଛନ୍ତି।ତେବେ ଏଥିପ୍ରତି ତୁରନ୍ତ ଜିଲ୍ଲାପାଳ ଦୃଷ୍ଟି ଦେଇ ଉଚ୍ଚ ସ୍ତରୀୟ ତଦନ୍ତକରି ମାଫିଆ ମାନଙ୍କ ସହ ମିଶି ପ୍ରୋତ୍ସାହନ ଦେଇ ରାଜସ୍ୱ ହାନି ଘଟାଉ ଥିବା ଅଧିକାରୀ ତଥା ମାଫିଆ ମାନଙ୍କ ଦୌରାତ୍ମକୁ ରୋକ ଲଗାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ.....