Breaking News

ଧର୍ମପ୍ରାଣ ମହିଳାଙ୍କର ମୃତ୍ୟୁ

ଡେଲାଙ୍ଗ ----- ଡେଲାଙ୍ଗ ଥାନା ଅନ୍ତର୍ଗତ ଗୁଆଚୌକା ଗ୍ରାମର ସତ୍ୟଭାମା ସିଂଙ୍କର (୬୪)ବୟସରେ ଅକାଳ ମୃତ୍ୟୁ ହୋଇଯାଇଛି । ସେ ଜଣେ ସଚ୍ଚୋଟ, ଧର୍ମ ପରାୟଣ, ଦୀନଦୁଃଖି ମାନଙ୍କର ମା ଭାବେ ବେଶ ପରିଚିତ ଥିଲେ । ନିଜେ ନ ଖାଇ ମଧ୍ୟ ଅନ୍ୟଙ୍କୁ ସେ ଖାଇବାକୁ ଦେଇଥାନ୍ତି । ସବୁବେଳେ ଭଗବାନଙ୍କ ଉପରେ ବିଶ୍ୱାସ ରଖ ନିଶ୍ଚୟ ତମର ଦୁଃଖ ସେ ଶୁଣିବେ ବୋଲି ଘରେ ଓ ବାହାର ଲେକଙ୍କୁ ସେ ପରାମର୍ଶ ଦିଅନ୍ତି । ତାଙ୍କ ଜୀବନରେ ବହୁ ବିପଦ ଆସିଛି ସେ ଡରି ଯାଇନାହାନ୍ତି । ଧର୍ଯ୍ୟଧରି ସାହାସର ସହିତ ସେ ମୁକାବିଲା କରିଛନ୍ତି । ବୁଧବାର ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କଲେ ତାଙ୍କୁ ସଙ୍ଗେ ସଙ୍ଗେ ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦୁକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଖବର ପ୍ରସାରିତ ହେବାପରେ ଗ୍ରାମରେ ଏକ ଶୋକର ଛାୟା ଖେଳିଯାଇଥିଲା । ଶେଷରେ ତାଙ୍କର ଶବକୁ ଗ୍ରାମ ପରିକ୍ରମା କରିବା ପରେ ପୁରୀ ସ୍ୱର୍ଗଦ୍ୱାର ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା । ବଡପୁଅ ଜ୍ଞାନ ରଞ୍ଜନ ସିଂ ମୁଖାଗ୍ନି ଦେଇଥିଲେ । ପୁଅ ବିଶ୍ୱ ରଞ୍ଜନ ସିଂ , ସ୍ୱଦେଶ ସିଂ ଝିଅ ରଶ୍ମି ମହାପାତ୍ର, ଶଶ୍ମିତା ମହାପାତ୍ର ଓ ନିଲିମା ପରିଡାଙ୍କ ସହ ନାତି ନାତୁଣୀ ମାନେ ଉପସ୍ଥିତ ରହିଥିଲେ ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Popular Posts