Breaking News

ଡେଲାଙ୍ଗ ତହସିଲଦାରଙ୍କୁ ଭେଟିଲା ଜାତୀୟ ଦଳିତ ଆଦିବାସୀ ମହାସଂଘ

ଡେଲାଙ୍ଗ -----ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଖେଲଉର ଗ୍ରାମ ପଞ୍ଚାୟତର ସାନପଡା ଗ୍ରାମର ୩୦ ଗୋଟି ପରିବାର ଜାତୀୟ ଦଳିତ ଆଦିବାସୀ ମହାସଂଘ ନୂଆଦୀଲ୍ଲି ଓଡିଶା ଶଖାର ପୁରୀ ଜିଲ୍ଲାର ସଭାପତି ଜୟଦେବ ବେହରାଙ୍କ ନେତୃତ୍ୱରେ ଗୁରୁବାର ଦିନ ଭେଟିଛନ୍ତି । ସୁଚନାଯୋଗ୍ୟ ଯେ ଏହି ଦଳିତ ପରିବାର ଗୁଡିକ ଚଳିତ ଫନି ବାତ୍ୟାରେ ସେମାନଙ୍କର ଘର ଦ୍ୱାର ଭାଙ୍ଗି ଯାଇଥିଲା । ମାତ୍ର ଆଜି ପର୍ଯ୍ୟନ୍ତ କ୍ଷୟକ୍ଷତି ପାଇ ନଥିବା କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ସେମାନଙ୍କ ନାମ ତାଲିକାରେ ସାମିଲ ହୋଇ ପାରିନାହିଁ ବୋଲି କହିଥିଲେ । ଏ ସମ୍ପର୍କରେ ବିଗତ ଦିନରେ ଡେଲାଙ୍ଗ ତହସିଲଦାରଙ୍କୁ ଦରଖାସ୍ତ ଦେଇଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ତହସିଲଦାର ରାଜେନ୍ଦ୍ର ଆଚରିଆଙ୍କ ସହିତ ଆଲେଚନା କରିଥିଲେ । ସମସ୍ତ କଥା ଶୁଣିବାପରେ ତହସିଲଦାର ସାତଦିନ ମଧ୍ୟରେ ତଦନ୍ତ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏହି ଆଲେଚନାରେ ଦେବାଶିଷ ବେହେରା, ପ୍ରଭାତୀ ବେହେରା, ପ୍ରମିଳା ବେହେରା, ଦୁଖି ବେହେରା, ସୁକାନ୍ତି ବେହେରା ଓ ଭାନୁ ଚଉଁରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Popular Posts