କରୋନା ଅର୍ଥ ଖର୍ଚ୍ଚ କରିବା ପାଇଁ ଗାଁ କଲ୍ୟାଣ ସମିତିର ବୈଠକ
ସାକ୍ଷୀଗୋପାଳ---- ରାଜ୍ୟରେ କରୋନା ଯୋଗୁ ବିଭିନ୍ନ ମାଧ୍ୟମରେ ଜନ ସଚେତନତା କରାଯାଉଛି । ଏହି ଅବସରରେ ସତ୍ୟବାଦୀ ବ୍ଳକର ସମସ୍ତ ଗ୍ରାମ ପଞ୍ଚାୟତରେ ଥିବା ଗାଁ କଲ୍ୟାଣ ସମିତି ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି ,ଆଶାକର୍ମୀ ଓ ୱାର୍ଡ ସଭ୍ୟ ମାନେ ଯୋଗ ଦେଇଥିଲେ । କରୋନା ସଚେତନତା ପାଇଁ ଆସିଥିବା ଅର୍ଥ ତୁରନ୍ତ ଖର୍ଚ୍ଚ କରାଯିବ । ଗ୍ରାମ ମାନଙ୍କରେ ମହିଳା ମାନଙ୍କୁ ନେଇ କରୋନା ସଚେତନତା ଶୋଭାଯାତ୍ରା, କରୋନା କାନ୍ଥ ଆଦି କରିବା ପାଇଁ ନିସ୍ପତି ଗ୍ରହଣ କରାଯାଇଛି । ସେହିପରି କେତକୀପାଟଣା ଗ୍ରାମ ପଞ୍ଚାୟତରେ ସରପଞ୍ଚ ଲିଲି ବରାଳଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇ ଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି