Breaking News

ତିର୍ତୋଲ ଦୁଗ୍‌ଧ ଶୀତଳିକରଣ କେନ୍ଦ୍ରକୁ ସୂଚନା କର୍ମୀ ଓ ସାମ୍ବାଦିକମାନଙ୍କୁ ପ୍ରବେଶ ମନା


  ଜଗତସିଂହପୁର----- ତିର୍ତୋଲ ଦୁଗ୍‌ଧ ଶୀତଳିକରଣ କେନ୍ଦ୍ରର ପରିଚାଳନା କିମ୍ବା ପ୍ରଶାସନିକ ବ୍ୟବସ୍ଥା ସମ୍ପର୍କରେ  ତଥ୍ୟ ଜାଣିବାକୁ ସୂଚନା କର୍ମୀ ଓ ସାମ୍ବାଦିକ ଏଠାକୁ ଆସିଲେ ପରିଚାଳକ ପ୍ଲାଣ୍ଟ ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ଦେଇଥାନ୍ତି । ଅଫିସରେ ଅଧିକାରୀ ଥିଲେ ମଧ୍ୟ  ବାହାରକୁ ଯାଇଛନ୍ତି ବୋଲି ସିକ୍ୟୁରିଟି ଗାର୍ଡ ମାଧ୍ୟମରେ ଖବର ଦିଅନ୍ତି । ଏପରି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଦେନ୍ଦୁଅ ଗ୍ରାମର ସୁଧାଂଶୁ ଶେଖର ଜେନା କିଛି ତଥ୍ୟ ଜାଣିବାକୁ ଆରଟିଆଇ  ରେ ଆବେଦନ କରିବାକୁ ଗତ ୨୨ ତାରିଖରେ ଏଠାକୁ ଆସିଥିଲେ । ସଂଯୋଗ ବଶତଃ କେତେ ଜଣ ସାମ୍ବାଦିକ ଖବର ସଂଗ୍ରହ ପାଇଁ ସେଦିନ ଆସିଥିଲେ । ଫାଟକ ପାଖରେ ଥିବା ଗାର୍ଡକୁ ଏମାନେ ନିଜର  ପରିଚୟ ଓ ଅଭିପ୍ରାୟ ଜଣାଇ ଭିତରକୁ ଯିବାକୁ ଚାହିଁବାରୁ ସେ ମନା କରୁଥିଲା । ଦେଖା ହୋଇ ପାରିବନି,ସାର୍ ନାହାନ୍ତି ବାହାରକୁ ଯାଇଛନ୍ତି । ସଂବାଦ ଦାତାଙ୍କ ପକ୍ଷରୁ ପରିଚାଳକଙ୍କ ସହ ଫୋନ୍ର  ରେ ଯୋଗାଯୋଗ କରାଯିବା ରୁ ତାଙ୍କ ଫୋନ୍ ସୁଇଚ ଅଫ୍ ଥିବା ଜଣାପଡିଥିଲା । ସୂଚନା  କର୍ମୀ ଶ୍ରୀ ଜେନା ତିର୍ତୋଲ୍‌ ଦୁଗ୍‌ଧଶୀତଳିକରଣ କେନ୍ଦ୍ରର ପରିଚାଳକଙ୍କ କଳା କାରନାମା ସଂପର୍କରେ ଆସିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ କିଛି ତଥ୍ୟ ପ୍ରଦାନ  କରିଥିଲେ ।ଆଠ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏଠାରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଏପର୍ଯ୍ୟନ୍ତ ସ୍ଥାୟୀ କରାଯାଇନାହିଁ । ଯଦିଓ ସେମାନଙ୍କର ଇପିଏଫ,ଇଏସଆଇ କଟୁଛି ହେଲେ କାହାରିକୁ ଇଏସଆଇ କାର୍ଡ ମଧ୍ୟ ଦିଆଯାଇନି। କେତେକ କର୍ମଚାରୀଙ୍କୁ ନିଜ ବାସଭବନରେ ବ୍ୟକ୍ତିଗତ କାମରେ ପରିଚାଳକ ନିୟୋଜିତ କରି ଫଲସ୍ କାଗଜପତ୍ରରେ ସେମାନଙ୍କ ପ୍ରାପ୍ୟ ଅର୍ଥକୁ ଆତ୍ମସାତ୍ କରୁଛନ୍ତି । ଯୋଗ୍ୟ ପ୍ରାର୍ଥୀଙ୍କୁ ଉପେକ୍ଷା କରି ନିଜର ସ୍ବାର୍ଥ ପାଇଁ ଦୂର  ସଂପର୍କୀୟମାନଙ୍କୁ ଏଠାରେ ନିଯୁକ୍ତି ଦେଇଛନ୍ତି । ଦୁଗ୍‌ଧ ସଂଗ୍ରହ,ମାର୍କେଟିଂ,ନିର୍ମାଣ କାର୍ଯ୍ୟ ସବୁଥିରେ ତାଙ୍କର ପିସି କାରବାର ହୋଇଥାଏ ବୋଲି ଗୁରୁତର ଅଭିଯୋଗ ବାଢିଥିଲେ ଦେନ୍ଦୁଅ ଗ୍ରାମର ଏହି ସୂଚନା କର୍ମୀ । ପ୍ଲାଣ୍ଟ ପରିସରରେ ୩୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଛି ଏକ ଜଳ ବିଶୋଧନ ପ୍ରକଳ୍ପ । ମାତ୍ର ତାହା ଅଚଳ ହୋଇ ପଡିଛି । ଦୁଗ୍‌ଧ ଶୀତଳିକରଣ କେନ୍ଦ୍ରର ସ୍ବଚ୍ଛତା ପ୍ରତି କର୍ତ୍ତୃପକ୍ଷ ସଂପୂର୍ଣ୍ଣ  ଉଦାସୀନ । ଅସ୍ବାସ୍ଥ୍ୟକର ପରିବେଶରେ ଦୁଗ୍‌ଧଜାତ ଦ୍ରବ୍ୟ ଲସି,ମିଠା ଦହି ଆଦି ପ୍ରସ୍ତୁତ କରାଯାଇ ବିକ୍ରୟ ନିମନ୍ତେ ବଜାରକୁ ପଠାଯାଉଛି। ସରକାରୀ ନିୟମର ଖୋଲା ଉଲ୍ଲଘଂନ କରାଯାଇ ସମସ୍ତ ପ୍ରକାର ବେନିୟମ କାର୍ଯ୍ୟ ନିଜର କେତେକ ଅନୁଗତ କର୍ମଚାରୀ ଙ୍କ ଜରିଆରେ ପରିଚାଳକ ଦୀର୍ଘ ଦିନ ଧରି କରିଆସୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ପ୍ରକାଶ । ନୂଆପଡ଼ା ମୌଜାର ଶହ ଶହ ଏକର ଚାଷ ଜମିକୁ ପ୍ଲାଣ୍ଟରୁ ରାସାୟନିକ ଆବର୍ଜନା ପାଣି କର୍ତ୍ତୃପକ୍ଷ ପ୍ରତିଦିନ ଛାଡୁଛନ୍ତି । ଯାହାଫଳରେ ସେହିସବୁ ଜମିରେ ଚାଷ କାର୍ଯ୍ୟ  ଆଦୌ ହୋଇ ପାରୁନାହିଁ । କ୍ଷତିଗ୍ରସ୍ତ ଚାଷୀ ଏହାର ପ୍ରତିବାଦ କଲେ ସ୍ଥାୟୀ ସମାଧାନ ପରିବର୍ତ୍ତେ ସେମାନଙ୍କୁ ପରିଚାଳକ ଓଲଟା ଧମକ ଦେଉଛନ୍ତି । ଜିଲ୍ଲାପାଳଙ୍କୁ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ବାରମ୍ବାର ଚାଷୀଙ୍କ ପକ୍ଷରୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ଜଗତସିଂହପୁର ରୁ ପ୍ରଳୟ କୁମାର ମହାପାତ୍ର୍

Blog Archive

Popular Posts