Breaking News

ଭାର୍ଗବୀ ନଦୀରେ ପ୍ରଥମ ବନ୍ୟା ଜଳ ପ୍ରବାହିତ ; ଭୟରେ ନଦୀ ପଠାରୁ ତୋଳିଲେ ପନି ପରିବା

ସାକ୍ଷୀଗୋପାଳ---- ରାଜ୍ୟରେ ପ୍ରଥମ ବନ୍ୟା ଜଳ ବିଭିନ୍ନ ନଦୀ ମାନଙ୍କରେ ପ୍ରବାହିତ ହୋଇଛି । ଯାହା ଫଳରେକି ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ନଦୀ ପଠାରେ  ପନି ପରିବା ଚାଷ କରିଥିବା ଚାଷୀ ମାନେ ଏବେ ଭୟଭୀତରେ ରହିଛନ୍ତି । ଲଙ୍କା, ବାଇଗଣ, ଭେଣ୍ଡି, କଲରା, କାକୁଡି, କଖାରୁ, ଝୁଡୁଙ୍ଗ , ପୋଟଳ, ପୋଇ ଆଦି ପନି ପରିବା କିଆରିରେ ବନ୍ୟାଜଳ ପ୍ରବେଶ କରିଲେ ଫସଲ ନଷ୍ଟ ହେବା ଆଶଙ୍କା କରିଛନ୍ତି ଚାଷୀ ମାନେ । ବିଶେଷ କରି ଚାଷୀ ମାନେ କରିଥିବା ପନି ପରିବା ଠିକ ଫଳିବା ଆରମ୍ଭ କରିବା ବେଳକୁ ରାଜ୍ୟରେ କରୋନା ଶ୍ରତୁ ମାଡି ଆସିଲା । ତା ଭୟରେ ସରକାର ସଟ ଡାଉନ ଜାରି କଲେ । ଯାହାକି ଚାଷୀ ମାନେ ପନି ପରିବା ବିକ୍ରୟ କରିବା ସମ୍ଭବପର ହେଲା ନାହିଁ । ଏପରିକି ଚାଷୀ ମାନେ ବାଇଗଣ କିଲୋ ପ୍ରତି ୫ରୁ ୧୦ ଟଙ୍କା, ଭେଣ୍ଡି କିଲୋ ୫ରୁ ୮ଟଙ୍କା ରେ  ବିକ୍ରୟ କରିବାକୁ ପଡିଲା । କିଛି ଚାଷୀ ପନି ପରିବା ବିଲରୁ ତୋଲିଲେ ନାହିଁ । ଏବେ ପନି ପରିବା ଦର ହେଲା ବେଳେକୁ ନଦୀରେ ବନ୍ୟା ଜଳ ଆସିଲା । ଏଣୁ ବିଲରେ ଯାହା କିଛି ହୋଇଛି ସବୁ ତୋଳି ଦେଉଛନ୍ତି ଚାଷୀ ମାନେ । ଭାର୍ଗବୀ ନଦୀର ସାରଙ୍ଗଯୋଡି, ବଳପୁର, ବାଇଁଶିବାଡି, ଦାସପାଟଣା, ଗୁଆଳି ଗୋରଡା, ବିଦ୍ୟାଧରପୁର, ରାୟଖଣ୍ଡି ଆଦି ଗ୍ରାମର ଚାଷୀ ମାନେ ଏବେ ଭୟଭୀତରେ ରହିଛନ୍ତି ।  ବର୍ଷା ନ ଥିବାରୁ ରକ୍ଷା ମିଳିଯାଇଛି । ତଥାପି ଉପର ମୁଣ୍ଡରେ ଯଦି ବର୍ଷ ଅଧିକ ହେବ ତା ହେଲେ ନଦୀରେ ବନ୍ୟାଜଳ ଅଧିକ ଆସିଲେ ନିଶ୍ଚୟ ଫସଲ ନଷ୍ଠ ହେବ ବୋଲି ଚାଷୀ ଶରତ ପ୍ରଧାନ,  ବାନାମ୍ବର ଲେଙ୍କା, ନକୁଳ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ କହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts