Breaking News

ଜଗନ୍ନାଥଙ୍କ ଅଜାଙ୍କ ରଥ ଗଡିଲା ନାହିଁ ; ନୀତି ଅନୁଯାୟୀ ସିଦ୍ଧବଳରାମ ରଥାରୁଢ଼ ହେଲେ

ସାକ୍ଷୀଗୋପାଳ-----  ରାଜ୍ୟରେ ମହାମାରୀ  କରୋନା ଯୋଗୁ ବିଶ୍ୱ ପ୍ରସିଦ୍ଧ ପୁରୀରେ ରଥଯାତ୍ରା ହେବକି ନାହିଁ ସନ୍ଦେହ ଜାତ ସୃଷ୍ଟି ହୋଇଥିଲା ।  ଶେଷରେ ରଥଯାତ୍ରା ହେବ ମାତ୍ର କେହି ଭକ୍ତ ରହିବେ ନାହିଁ , ଏହା ସହିତ ବିଭିନ୍ନ ସର୍ତ୍ତ ମୂଳକରେ ରଥଯାତ୍ରା କରିବା ପାଇଁ ନିର୍ଦ୍ଦେଶ ମିଳିଥିଲା । ଏପରିକି ପୁରୀ ଛାଡି ଅନ୍ୟ କେଉଁଠାରେ ରଥଯାତ୍ରା ରାଜ୍ୟ ସରକାର କରିବେ ନାହିଁ ବୋଲି ମଧ୍ୟ କହିଥିଲେ ।   ପୁରୀ ଜିଲ୍ଲାର ସତ୍ୟବାଦୀରେ ପୂଜା ପାଉଥିବା  ଜଗନ୍ନାଥଙ୍କ ଅଜା ନାମରେ ନାମିତ ସିଦ୍ଧବଳରାମ ଠାକୁର ଏ ବର୍ଷ  ତାଙ୍କ ମନ୍ଦିରରୁ  ଗୁଣ୍ଡିଚା (ଚନ୍ଦନ )ମଣ୍ଡପକୁ ଆସିଲେ ନାହିଁ । ମାତ୍ର ଠାକୁରଙ୍କ ନୀତି ଅନୁଯାୟୀ ରଥରୁଢ଼ ହୋଇଛନ୍ତି । ଆଜି ସକାଳେ ଠାକୁରଙ୍କ ପ୍ରତିଦିନ ଭଳି ନୀତିକାନ୍ତି କରାଯିବା ପରେ ବାଳଭୋଗ କରାଯାଇଥିଲା । ପରେ ପରେ ଠାକୁରଙ୍କର ଚକାଛଡା ଖେଚୁଡି ଲାଗି କରାଯାଇଥିଲା । ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ରଥକୁ ସୁସଜିତ କରି ଭୋଇ ସେବକ ମାନେ ରଥକୁ ବକୁଳବନସ୍ଥିତ ସିଦ୍ଧବଳରାମଙ୍କ ମନ୍ଦିର ପାଖରେ ଲଗାଇଥିଲେ । ରଥ ପ୍ରତିଷ୍ଠା ଓ ଛେରାପହଁରା ସରିବା ପରେ ସେବାୟତ ସୋମନାଥ ମହାପାତ୍ର, ରାଧାନାଥ ମହାପାତ୍ର, କେଶବ ମହାପାତ୍ର, ବୃନ୍ଦାବନ ମହାପାତ୍ର ଠାକୁରଙ୍କୁ ଗୋଟି ପହଣ୍ଡି କରି ରଥକୁ ବିଜେ କରାଇଥିଲେ । ସେବାୟତ ସୋମନାଥ ମହାପାତ୍ର  ଠାକୁରଙ୍କୁ  ଟାହିଆ, ତୁଳସୀ ଫୁଲମାଳ ଲାଗି କରାଇଥିଲୋ । ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଠାକୁରଙ୍କୁ ଭୋଗ ଅର୍ପଣ କରାଯାଇଥିଲା । ମାଉଷି ମା ଘରୁ ପୋଡ ପିଠା ବଦଳରେ ପଣସ ଓ ଫଳମୁଳ ଭୋଗ କରାଯାଇଥିଲା । ସେହିପରି ଛୋଟ ଛୋଟ ପିଲା ମାନଙ୍କ  ସହିତ ଭକ୍ତ ମାନଙ୍କୁ ପାଚିଲା ପଣସ  ପ୍ରସାଦ ଭାବେ ବଣ୍ଟନ କରାଯାଇଥିଲା । ମନ୍ଦିର ଠାରେ ସନ୍ଧ୍ୟା ପର୍ଯ୍ୟନ୍ତ ଠାକୁର ରଥ ଉପରେ ଭକ୍ତଙ୍କକୁ ଦର୍ଶନ ଦେଇଥିଲେ । ଭକ୍ତ ମାନେ ପୁରୀ ନ ଯାଇ ପାରି ଏଠାରେ ଠାକୁରଙ୍କ ପାଖରେ ଭୋଗ ଲଗାଇଥିବାର ଦେଖାଯାଇଥିଲା । ଗୁଣ୍ଡିଚା ଘରେ ବା ଚନ୍ଦନମଣ୍ଡପରେ ସିଦ୍ଧବଳରାମ ରହିବା ପରେ ୯ ଦିନ ଧରି ବିଭିନ୍ନ ଜାତିର ଲୋକମାନେ ରୋଷୋଇ କରି ପ୍ରସାଦ ଭାବେ ପାଇଥାନ୍ତି ।  ମାତ୍ର ଏ ବର୍ଷ ଚନ୍ଦନମଣ୍ଡପ ବଦଳରେ ସିଦ୍ଧବଳରାମଙ୍କ ପୀଠରେ ଭୋଗ କରାଯିବ ବୋଲି ସେବାୟତ ସୋମନାଥ ମହାପାତ୍ର କହିଛନ୍ତି ।  ସେହିପରି ଅନ୍ୟ ଠାରେ କରାଯାଉଥିବା ରଥ ବନ୍ଦ କରାଯାଇ କେବଳ ନାମକୁ ମାତ୍ର ଠାକୁରଙ୍କ ନୀତିକାନ୍ତି କରାଯାଇଥିବା ଜଣାପଡିଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts