ପ୍ରଫେସର ଅବନୀ କୁମାର ବରାଳଙ୍କ ଜୟନ୍ତୀ ପାଳନ
ସାକ୍ଷୀଗୋପାଳ----- ଅବସର ପ୍ରାପ୍ତ ଶିକ୍ଷକ ମଞ୍ଚ,ଅଲେଷ୍ଟା ଶିକ୍ଷକ ସଂଘର ମିଳିତ ଭାବରେ ସତ୍ୟବାଦୀ ବ୍ଳକର ପାରକେଣା ସ୍ଥିତ ମା ଚର୍ଚ୍ଚିକା ଠାକୁରାଣୀଙ୍କ ମଣ୍ଡପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଜୟନ୍ତୀ ଉତ୍ସବରେ ସଭାପତିତ୍ୱ କରିଥିଲେ ସତ୍ୟବାଦୀ ବ୍ଳକର ଅବସର ପ୍ରାପ୍ତ ଶିକ୍ଷକ ମଞ୍ଚର ସ୍ଥାୟୀ ସଭାପତି ରଘୁନାଥ ପ୍ରଧାନ । ପ୍ରଥମେ ଅନୁଷ୍ଠାନର ସମ୍ପାଦକ ରମେଶ ଚନ୍ଦ୍ର ମାଝି ବୈଠକ ସମ୍ପର୍କରେ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ । ପରେ ପରେ ଶିକ୍ଷାବିତ ପ୍ରଫେସର ଅବନୀ କୁମାର ବରାଳଙ୍କ ଫଟୋ ଚିତ୍ରରେ ଅତିଥି ଓ ଉପସ୍ଥିତ ସଦସ୍ୟ ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ବୈଠକରେ ଜିଲ୍ଲା ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଫାରକ, ଜିଲ୍ଲା ଉପସଭାପତି ବିନୋଦ ବିହାରୀ ପ୍ରଧାନ, ଅଲୋଷ୍ଠାର ଜିଲ୍ଲା କୋଷାଧ୍ୟକ ରତ୍ନାକର ସ୍ୱାଇଁ, ଓ ମଙ୍ଗରାଜ ପାତ୍ର , ସୁଦାମ ଚରଣ ବାରିକ,ପଦ୍ମନାଭ ପଣ୍ଡା, ସଦାଶିବ ପ୍ରଧାନ, ଶଙ୍କର ବେହେରା ପ୍ରମୁଖ ଯୋଗଦାନ କରି ଶ୍ରୀ ବରାଳଙ୍କର ସ୍ମୃତିଚାରଣ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି