ମାରୁତି ସେନା ପକ୍ଷରୁ ରକ୍ତଦାନ
ପୁରୀ -------ରାଜ୍ୟରେ ମହାମାରୀ କରୋନା ଯୋଗୁ ଅଧିକଂଶ ସମୟରେ ସରକାରଙ୍କ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଯାଇଛି । ଜିଲ୍ଲାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାରୁତି ସେନା ଖବର ପାଇବା ମାତ୍ରେ ଉକ୍ତ ଅନୁଷ୍ଠାନର ସଦସ୍ୟ ସଦସ୍ୟା ମାନେ ରକ୍ତ ଭଣ୍ଡାରେ ରକ୍ତ ଦାନ କରିଛନ୍ତି । ମଙ୍ଗଳବାର ଦିନ ପୁରୀ ଜିଲ୍ଲା ରକ୍ତ ଭଣ୍ଡାରରେ ୮ ୟୁନିଟ ମାରୁତି ସେନାର ସଦସ୍ୟ ମାନେ ରକ୍ତ ଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ଅଜୟ ପ୍ରଧାନ ଓ ପ୍ରକାଶ ସ୍ୱାଇଁ କାର୍ଯ୍ୟକ୍ରମକୁ ଆୟାଜନ କରିଥିଲେ । ମାରୁତି ସେନାର ରାଜ୍ୟ ସଭାପତି ପପୁ ଦଳବେହେରା ରକ୍ତ ଦାନ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଲିନୁ ନାୟକ, ଇତିଶ୍ରୀ ମହାନ୍ତି, ଶ୍ରୀକାନ୍ତ ସିଂ , ଅଭୟ ମାଝୀ, ହୃଷିକେଶ ପରିଡା, ମନୋଜ ମାଝୀ, ଜଗତ ପ୍ରଧାନ, ଅନିଲ ସ୍ୱାଇଁ, ସାରଦା ମିଶ୍ର, ବିଜୟ ପରିଡା, ସରୋଜ ରାଉତ, ଚିତ୍ତ ରଞ୍ଜନ ବେହେରା, କୁନି ସିଂ, ବବିତା ମହାରଣା, ବିଜୟନୀ ସ୍ୱାଇଁ, ଜ୍ୟୋର୍ତିମୟୀ ମିଶ୍ର ଓ ସରୋଜ ମାଝି ପ୍ରମୁଖ ଉପସ୍ଥିତ ରହିଥିଲେ ।