Breaking News

ତାଳପତ୍ର ଓ ଟେରାକୋଟ ହସ୍ତଶିଳ୍ପ କାରିଗର ପରିବାର ମାନଙ୍କୁ ରାଶନ ସାମଗ୍ରୀ ପ୍ରଦାନ

ସାକ୍ଷୀଗୋପାଳ ( ଅମୃତ ମିଡିଆ)  ରାଜ୍ୟରେ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଛି । କମିବାର ନାଁ ଗନ୍ଧ ଧରୁନାହିଁ । ଯାହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଏବେ ଚିନ୍ତିତ ।  ବିଶେଷ କରି ଦିନ ମଜୁରିଆ  ଓ ବିଭିନ୍ନ ପରିବାର ଏବେ ଭୋକ ଉପାସରେ ରହିଛନ୍ତି । ସେମାନଙ୍କ ମଧ୍ୟରୁ ତାଳପତ୍ର ଓ ଟେରାକୋଟ ହସ୍ତଶିଳ୍ପ ପରିବାର ବିଶେଷ ଭାବେ ହଇରାଣ ହେଉଛନ୍ତି । ଏହାକୁ ନଜର କରି ଜେ.ଡି ସେଣ୍ଟର ଅଫ ଆର୍ଟ ଭୁବନେଶ୍ୱର  ଓ ଗୁଞ୍ଜ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହାୟତାରେ  ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ଅଗ୍ରଣୀ ସ୍ୱୋଚ୍ଚାସେବୀ ମହିଳା ଅନୁଷ୍ଠାନ ସ୍ୱାଦର ସହଯୋଗରେ ୫୦ ଗୋଟି କାରିଗର ପରିବାରଙ୍କୁ  ରାଶନ ସାମଗ୍ରୀ ପ୍ରଦାନ କରାଯାଇଛି । ସ୍ୱାଦର ସମ୍ପାଦିକା ବୀଣାପାଣି ମିଶ୍ର ଯୋଗଦେଇ କହିଥିଲେ  ବିଭିନ୍ନ ଅନୁଷ୍ଠାନ ମାନଙ୍କ ଜରିଆରେ ସତ୍ୟବାଦୀ ବ୍ଳକରେ ଫନି ସମୟରେ ବହୁ ପରିବାରଙ୍କୁ ସହଯୋଗ କରାଯାଇଛି । ଏବେ କରୋନା ସମୟରେ ସେହିପରି ବିଭିନ୍ନ ସଂସ୍ଥାର ସହଯୋଗରେ  ସ୍ୱାଦ ଦ୍ୱାରା ଚିହ୍ନଟ କରାଯାଇଥିବା ପରିବାର ମାନଙ୍କୁ ସହଯୋଗ କରାଯାଉଛି ।  ସତ୍ୟବାଦୀ ବ୍ଳକର ଦାଶବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ୩୪ଜଣ ତାଳପତ୍ର କାରିଗର ଓ ୧୬ ଜଣ ସାଣ୍ଢରା ଗ୍ରାମ ପଞ୍ଚାୟତର ମାଟି ହସ୍ତଶିଳ୍ପ କାରିଗର ପରିବାରଙ୍କୁ ଚାଉଳ-୪ କେଜି, ଡାଲି-୨ କେଜି, ଚିନି-୧କେଜି, ଲୁଣ-୧ କେଜି,ତେଲ-୨ ଲିଟରମସଲା ଗୁଣ୍ଡ-୩୦୦ ଶହ ଗ୍ରାମ ସବାୁନ-୩ଟା, ଡେଟଲ, ବ୍ୟାଣ୍ଡଏଡ୍‌, ଓ. ଆର.ଏସ ପାଉଡର ପ୍ରଦାନ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମକୁ ସ୍ୱାଦର କର୍ମଚାରୀ ଶ୍ରୀକୃଷ୍ଣ ମହାପାତ୍ର ସଂଯୋଜନା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts