ନରେନ୍ଦ୍ରପୁର ଜିଆରଏସଙ୍କ ଘରୁ ଚୋରି
ସାକ୍ଷୀଗୋପାଳ --- ରାଜ୍ୟରେ କରୋନା ଯୋଗୁ ଜିଲ୍ଲାରେ ଲକ ଡାଉନ ସହିତ ସପ୍ତାହର ଶନିବାର ରବିବାର ସଟ ଡାଉନ ଜାରି ରହିଛି । ଲୋକମାନେ କାମ ଧନ୍ଦା ନ ପାଇ ବହୁ ଅସୁବିଧାରେ ପଡିଛନ୍ତି । ଏହାର ସୁଯୋଗ ନେଇ ଏବେ ଗାଁ ଗଣ୍ଡାରେ ଚୋରି ଆରମ୍ଭ ହୋଇଯାଇଛି । ସତ୍ୟବାଦୀ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଜିଆରଏସ ଙ୍କ ଘାସିଭବାନିପୁର ଘରୁ ସୁନା, ରୁପା, ଲୁଗାପଟା ସହିତ ନଗଦ୨୦ ହଜାର ୪ଶହ ଟଙ୍କା ଚୋରି ହୋଇଥିବା ପ୍ରତାପ ଜେନା ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଘାସିଭବାନିପୁର ଓ ଚଉଦଗୁଣ୍ଠ ଗ୍ରାମରୁ ଅମିନ ମହାପାତ୍ର, ବିଷ୍ଣୁ ପ୍ରସାଦ ମହାପାତ୍ର, ନବ କିଶୋର ସେଠୀ, ପ୍ରତାପ ଜେନାଙ୍କ ଘରୁ ଚୋରୀ ହୋଇଥିବା ଜଣାପଡିଛି । ଅଭିଯୋଗ ପାଇବା ପରେ ସତ୍ୟବାଦୀ ପୋଲିସ ତଦନ୍ତ ଜାରି ରଖିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି