Breaking News

ପୁରୀ ଜିଲ୍ଲାକୁ ୩୦ ତାରିଖ ରାତି ୧୦ଟାରୁ ୨ ତାରିଖ ରାତି ୧୦ ଟା ପର୍ଯ୍ୟନ୍ତ ସଟଡାଉନ

 ପୁରୀ----ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ବାହୁଡ଼ା ଯାତ୍ରା  ଅନୁଷ୍ଠିତ ହେବ । ଏଥିପାଇଁ ଆସନ୍ତା ୩୦ ତାରିଖ ରାତି ଠାରୁ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ଜାରି ହେବ । ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ ଜୁନ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ଯାଏଁ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ବଳବତ୍ତର ରହିବ । କର୍ଫ୍ୟୁ ସମୟରେ ଜିଲ୍ଲାରେ ଲୋକଙ୍କର ଯାତାୟତ ଉପରେ ନଜର ରଖାଯିବ । ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ଯିବାକୁ  ଅନୁମତି ମିଳିବ ନାହିଁ ।
 ଧୀରେନ୍ଦ୍ର ସେନାପତି

Popular Posts