ନଦୀ ବନ୍ଧ ମୁକୁଳା ପଡିଛି , ରାତି ପାହିଲେ ନଦୀରେ ପାଣି ଆସିବ;ଜମାରସୁଆଁ ଗ୍ରାମ ବାସୀଙ୍କର ନିଦ ହଜିଯାଇଛି
ସାକ୍ଷୀଗୋପାଳ ------ ରାତି ପାହିଲେ ହିରାକୁଦ ଡ୍ୟାମ ଏ ବର୍ଷର ପ୍ରଥମ ବର୍ଷା ଜଳ ଛାଡିବ ବୋଲି ଜଣାପଡିଛି । ଯାହା ଫଳରେକି ନଦୀରେ ପାଣି ଆସିବ । ଅନ୍ୟ ପକ୍ଷେ ନଦୀ ବନ୍ଧ ମୁକୁଳା ପଡିଛି । ନଦୀ ବନ୍ଧ ପାଖ ଗ୍ରାମ ବାସୀ ମାନେ ଏବେ ଭୟଭୀତରେ କାଳତିପାତ କରୁଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ପୁରୀ ଜିଲ୍ଲା ଜଳସେଚନ ସତ୍ୟବାଦୀ ବ୍ଳକ ଅଧିନସ୍ଥ ଗବକୁଣ୍ଡ କଟ ନଦୀ ବନ୍ଧରୁ ମାଟି ଅତଡା ଖସି ନଦୀ ଗର୍ଭକୁ ଚାଲି ଯାଇଛି । ଜଳ ସେଚନ ବିଭାଗ ପକ୍ଷରୁ ନଦୀ ବନ୍ଧରେ କରାଯାଇଥିବା ଢ଼ଳେଇ ରାସ୍ତା ଏହି ଅତଡା ସହିତ ମଧ୍ୟ ନଦୀ ଗର୍ଭକୁ ଯାଇଛି । ଯାହା ଫଳରେ ୬୦ ମିଟର ରାସ୍ତା ଏବେ ବିପଦ ଅବସ୍ଥାକୁ ଚାଲି ଯାଇଛି । ଜଳ ସେଚନ ବିଭାଗରେ ଚାଲିଥିବା ଘୋଟଲା ଏବେ ପଦାକୁ ଆସିଛି । ଏପରିକି ବିଭାଗୀୟ ଅଧିକାରୀ ଏହି ଘୋଟାଲାକୁ ସ୍ୱୀକାର କରିଛନ୍ତି । ଦଶ ବର୍ଷ ହୋଇଗଲା ଏହା ଚାଲିଛି ବୋଲି କହନ୍ତି । ନଦୀ ବନ୍ଧ ପ୍ରତିବର୍ଷ ଦବୁଛି । ପ୍ରତିବର୍ଷ ୨ରୁ ୨.୫ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । ତା ପର ବର୍ଷ ସେହି ଅବସ୍ଥା ହେଉଛି ବୋଲି ଅଧିକାରୀ କହନ୍ତି । ଏହାର ସ୍ଥାୟୀ ସମାଧାନ ହୋଇ ପାରିନାହିଁ । ବର୍ଷା ଦିନରେ ପାଦରେ ଚାଲିକି ଯିବା ସମ୍ଭବପର ହେଉନାହିଁ ବୋଲି ଗ୍ରାମବାସୀ ମାନେ କହନ୍ତି । କେବଳ ଠିକାଦାର ମାନଙ୍କୁ ପୋଷା ଚାଲିଛି ବୋଲି ଅରୁଣ ପ୍ରଧାନ, ଭୀମସେନ ପ୍ରଧାନ, ରଘୁନାଥ ସ୍ୱାଇଁ କହନ୍ତି । ଦୁଇ ବର୍ଷ ତଳେ ଭାର୍ଗବୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବା ସମୟରେ ଜମାରସୁଆଁ ଗ୍ରାମ ନିକଟରେ ନଦୀ ବନ୍ଧରୁ ୫୦ ମିଟର ଲମ୍ବର ମାଟି ଓ ଢ଼ଳେଇ ରାସ୍ତା ନଦୀ ମଧ୍ୟକୁ ଚାଲି ଯାଇଛି । ଯାହା ଫଳରେକି ନଦୀ ବନ୍ଧ ପ୍ରତି ବିପଦ ଘନେଇ ଆସିଥିଲା । ପୂର୍ବ ବର୍ଷ ଠାରୁ ଏ ବର୍ଷ ଅଧିକ ନଦୀ ବନ୍ଧ ଦବିଥିବା ପୁରୀ ଡିଭିଜନ ଦାୟତ୍ୱରେ ଥିବା ପିପିଲି ସହକାରୀ ଯନ୍ତ୍ରୀ ହିମାଂଶୁ ମାନ୍ଦାତା କହନ୍ତି । ସେ କହନ୍ତି ଏହି ନଦୀ ବନ୍ଧଟି ପୁରୀ ଜଳ ସେଚନ ଡିଭିଜନ ଅଧୀନରେ ରହିଛି । ଏ ସମସ୍ୟା ଆଜିର ନୁହେଁ ଏହା ପାୟ ୧୦ ବର୍ଷ ତଳର । ପ୍ରତିବର୍ଷ ଏଠାରେ ୨ରୁ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଏ । ଅଗାରୁ ୩୦ ରୁ ୪୦ ମିଟର ନଦୀ ବନ୍ଧ ଦବୁଥିବା ବେଳେ ଏ ବର୍ଷ ୬୦ ମିଟରରୁ ଅଧିକ ନଦୀ ବନ୍ଧ ନଦିଛି । ନଦୀରେ ବନ୍ୟାଜଳ ପ୍ରବାହିତ ହେଲେ ଗ୍ରାମପ୍ରତି କୌଣସି ବିପଦ ନାହିଁ ବୋଲି କହନ୍ତି । ଏଠାରେ ନଦୀ ବନ୍ଧର ଉଚ୍ଚତା ବହୁତ ଅଧିକ ରହିଛି । ମାତ୍ର ଲୋକମାନଙ୍କର ଯିବା ଆସିବା କରିବା ସମ୍ଭବପର ହୋଉନାହିଁ ବୋଲି କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି