ଦୁଇ ବାଲି ବୋଝେଇ ଟ୍ରାକ୍ଟର ଜବତ
ସାକ୍ଷୀଗୋପାଳ ---- ରାଜ୍ୟ ରେ କରୋନା ଯୋଗୁ ସଟ ଡାଉନ ଜାରି ହୋଇଛି । ସଟ ଡାଉନ ଜାରି ରହିଥିବା ବେଳେ ଦୁଇଟି ଟ୍ରାକ୍ଟଟର ବାଲି ନେଇକି ଯିବା ସମୟରେ ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର , ହାବିଲଦାର ରଙ୍କ ନିଧି ନାୟକ, କନେଷ୍ଟବଳ ବସନ୍ତ ବେହେରାଙ୍କ ସହିତ ସଦଳବଳେ ଚଡାଉ କରିଥିଲେ । ଗାଡି ନଂ- ଓଆର, ୦୨- ଏ ଏମେ- ୫୧୦୩ ଓ ଓଆର- ୧୩ -ଏ- ୨୮୯୩ । ଖବର ପାଇ ପେଣ୍ଠପଡା ଆରଆଇ ଥାନାରେ ପହଞ୍ଚି ଦୁଇ ଗାଡିରୁ ୧୫ ହଜାର ଟଙ୍କା ଫାଇନି ଆଦାୟ କରି ଗାଡି ଦୁଇଟି ଛଡା ଯାଇଥିବା ଥାନା ଆଇଆଇସି ଶ୍ରୀ ପାତ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି