Breaking News

ଓଡ଼ଗାଁ ବ୍ଲକର ବିଭିନ୍ନ ଅଂଚଳରେ ଶାନ୍ତିପୂର୍ଣ୍ଣ ଭାବରେ ରଥଯାତ୍ରା



ଓଡ଼ଗାଁ/କୁରାଳ- ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ,ଗୌଡ଼ପୁଟ ,କୋରପିଠା ଏବଂ ସାକେରି, ସୁନାମୁଁହିଁ ଗ୍ରାମରେ ମହାପ୍ରଭୁଙ୍କର ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇ ଯାଇଛି ।
 କୁରାଳ ଗ୍ରାମରେ ବିଜେ ଦଧିବାମନ ଜୀଉଙ୍କର ଘୋଷଯାତ୍ରା ମାତ୍ର ୧୦ରୁ ୧୫ ଜଣ ସେବକ ପ୍ରଭୁଙ୍କୁ ମନ୍ଦିର ପରିସରରେ ଥିବା ରଥକୁ ପହଣ୍ଡି କରିଥିଲେ।   ତତ୍ପରେ ମନ୍ଦିର ବେଢାରେ ନିର୍ମିତ ଅସ୍ଥାୟୀ ମାଉସୀ ମାଙ୍କ ଘରକୁ  ସେବକମାନେ ରଥ ଭିଡ଼ି ନେଇଥିଲେ ।ବିନା ଭକ୍ତରେ ସମସ୍ତ ପ୍ରକାର ଦେଵନୀତି ଏବଂ କୁରାଳ ଗ୍ରାମର ପୁରୋହିତ ନିରଞ୍ଜନ ତ୍ରିପାଠୀଙ୍କ ଦ୍ଵାରା  ଛେରାପହଁରା କାର୍ଯ୍ୟ ସମାପନ ହୋଇଥିଲା ।
ଅନୁରୂପଭାବେ ଗୌଡ଼ପୁଟ ଗ୍ରାମରେ ବିଜେ ଦଧିବାମନ ଜୀଉମଧ୍ୟ କୁରାଳ ଗ୍ରାମପରି ସମାନ ଢଙ୍ଗରେ ରଥଯାତ୍ରା ପାଳିତ ହୋଇଥିଲା କିନ୍ତୁ ରୀତିନୀତିରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଥିଲା ପ୍ରଭୁଙ୍କର ଛେରାପହଁରା ନୀତି ଅନୁଷ୍ଠିତ ହୋଇନାହିଁ ।ପ୍ରାୟ ୨୦ ରୁ ୨୫ ଜଣ ଭକ୍ତଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ ସମ୍ପନ୍ନ ହୋଇଅଛି ।
ସୁନାମୁହିଁ- ସୁନାମୁହିଁ ଗ୍ରାମରେ ବିଜେ ଦଧିବାମନ ଜୀଉଙ୍କର ଦେଵନୀତି  ପୋଲିସ ପ୍ରଶାସନର ନିର୍ଦେଶ କ୍ରମେ କେବଳ ଭିତର ନୀତି ସମ୍ପନ୍ନ କରାଯାଇଥିଲା ।
ସାକେରି - ସାକେରି ଗ୍ରାମରେ ବିଜେ ଦଧିବାମନଜୀଉ ଘୋଷଯାତ୍ରା ନିରାଡ଼ମ୍ବର ଭାବେ ବିନା ଭକ୍ତରେ କେବଳ ୧୦ ରୁ ୧୨ ଜଣ ସେବାୟତଙ୍କ ଦ୍ୱାରା ସମ୍ପନ୍ନ ହୋଇଅଛି ।ଠାକୁରଙ୍କୁ ରଥକୁ ନ ଅଣାଯାଇ ମନ୍ଦିର ସମ୍ମୁଖରେ ଥିବା ରାସସ୍ଥଳୀରେ ଅସ୍ଥାୟୀ ମାଉସୀ ମା ଘର ତିଆରି କରି ଠାକୁରଙ୍କୁ ସେଠାକୁ ପହଣ୍ଡି କରାଯାଇଥିଲା  
କୋରପିଠା - କୋରପିଠାଠାରେ ବିଜେ ଚତୁର୍ଦ୍ଧାମୂର୍ତ୍ତିଙ୍କର ଚଳିତବର୍ଷ ନବକଳେବର ଯଜ୍ଞ ଦିନ ୨ଘଟିକା ସମୟରେ  ପୂର୍ଣାହୁତି କାର୍ଯ୍ୟ ସମ୍ପନ୍ନ କରାଯାଇ ନୂତନ ବିଗ୍ରହ ମାନଙ୍କୁ ସିଂହାସନ ବିଜେ କରି ରଥଯାତ୍ରା ନିମିତ୍ତ ଭିତରନୀତି ସମ୍ପନ୍ନ କରାଯାଇଥିଲା ।ତତ୍ପରେ ଘୋଷଯାତ୍ରାକୁ ନିରାଡ଼ମ୍ବର ଭାବେ ପାଳନ କରି ବିଗ୍ରହମାନଙ୍କୁ ରାସମଣ୍ଡପ ନିକଟକୁ ଅଣାଯାଇଥିଲା ।ଭକ୍ତ ଓ ଶ୍ରଦ୍ଧାଳୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ପାଳନ କରି ପ୍ରଭୁଙ୍କୁ ଦର୍ଶନ କରିଥିଲେ ।

ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts