ରଥ ଯାତ୍ରା ଅବସରରେ ବୃକ୍ଷ ରୋପଣ
ଡେଲାଙ୍ଗ ----- ରାଜ୍ୟରେ ମହାମାରୀ କରୋନା ଯୋଗୁ ବିନା ଭକ୍ତରେ ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରା ପାଇଁ ପୁରୀ ଜିଲ୍ଲାକୁ ସଟ ଡାଉନ କରାଯାଇଛି । ଏହି ଅବସରରେ ଡେଲାଙ୍ଗ ଷ୍ଟେସନ ବଜାରରେ ଶିକ୍ଷକ ମିଟୁ କିଶୋର ପ୍ରଧାନ ,ପ୍ରତାପ ଚନ୍ଦ୍ର ଦାସ ଓ ବ୍ରହ୍ମାନନ୍ଦ ପରିଡା ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଡେଲାଙ୍ଗ ଷ୍ଟେସନ ବଜାରରେ କୃଷ୍ଣଚୁଡା ଓ କଦମ୍ବ ଚାରା ରୋପଣ କରାଯାଇଛି । ଯାହାକି ଏହି ଗଛ ଯେତେଦିନ ପର୍ଯ୍ୟନ୍ତ ବଞ୍ଚିଥିବ ସେତେଦିନ ପର୍ଯ୍ୟନ୍ତ ଆଜିର ଏହି ଭକ୍ତ ବିହିନ ରଥ ଯାତ୍ରା କଥା ଲୋକମାନେ ମନେ ରଖିବେ ବୋଲି ଶିକ୍ଷକ ଶ୍ରୀ ପ୍ରଧାନ କହିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି