ଭର୍ତ୍ତୃହରିଙ୍କୁ ‘ସଂସଦ ମହାରତ୍ନ’ ସମ୍ମାନ ମିଳିବା ପରେ ସତ୍ୟବାଦୀର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛା
ସାକ୍ଷୀଗୋପାଳ ----- କଟକ ସାଂସଦ ତଥା ଲୋକସଭାରେ ବରିଷ୍ଠ ଓ ଅଭିଜ୍ଞ ସଦସ୍ୟଭାବେ ସୁନାମ ଅର୍ଜନ କରିଥିବା ଭର୍ତ୍ତୃହରି ମହାତାବଙ୍କୁ ‘ସଂସଦ ମହାରତ୍ନ’ ସମ୍ମାନରେ ସମ୍ମାନିତ କରିବା ଖବର ସତ୍ୟବାଦୀରେ ପ୍ରକାଶ ପାଇବା ପରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀ ମହତାବକୁ ଅଭିନନ୍ଦନ ଜଣାଇଛନ୍ତି । ଲୋକସଭାରେ ଶ୍ରୀ ମହତାବ ଛଅଥର ପାଇଁ ନିର୍ବାଚିତ ହୋଇଛନ୍ତି । ଏହା ପୁର୍ବରୁ ପାର୍ଲମେଣ୍ଟରେ ‘ଶ୍ରେଷ୍ଠ ସାଂସଦ’ ଓ ସାଂସଦ ରତ୍ନ ସମ୍ମାନ ପାଇ ସାରିଛନ୍ତି । ଭାବେ ବିଶେଷ କରି ବକୁଳବନ ମହୋତ୍ସବ ଓ ପ୍ରସନ୍ନ ପାଟ୍ଟଶାଣୀ ଗବେଷଣା ପ୍ରତିଷ୍ଠାନର ମୁଖ୍ୟ ଉପଦେଷ୍ଠା ତଥା ଲେଖକ, ସାହିତ୍ୟକ, ସମାଜସେବୀ ସଚ୍ଚିକାନ୍ତ ବିଶ୍ୱାଳଙ୍କ ସହିତ ସାଧୁ ଚରଣ ବେହେରା, ଯଯାତି କେଶରୀ ର୍ରାୟ, ରବୀନ୍ଦ୍ରନାଥ ଷଡଙ୍ଗୀ, ସୁବାଷ ପ୍ରଧାନ, ଦେବୀ ପ୍ରସାଦ ଘଟୁଆରୀ ପ୍ରମୁଖ ଶୁଭେଛା ଜଣାଇଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି