ଫଣି କ୍ଷତିଗସ୍ତ କିୟାନୁଷ୍ଠାନ କମିଟି ପୁଣି ତହସିଲ କାର୍ଯ୍ୟାଳୟରେ ପକାଇଲା ତାଲା
ସାକ୍ଷୀଗୋପାଳ ——— ଫଣି କ୍ଷତିଗସ୍ତ କିୟାନୁଷ୍ଠାନ କମିଟି, ନବନିର୍ମାଣ କୃଷକ ସଂଗଠନ ସହିତ ବିଭିନ୍ନ ସଂଗଠନ ମିଳିତ ହୋଇ ଗୁରୁବାର ଦିନ ସତ୍ୟବାଦୀ ତହସିଲ କାର୍ଯ୍ୟାଳୟରେ ପୁଣି ତାଲା ପକାଇ ନ୍ୟାୟ ପାଇବା ପାଇଁ ଅଡି ବସିଥିଲେ । ସକାଳ ୧୦ ଟାଠାରୁ ଅପରାହ୍ନ ୧୨.୩୦ ପର୍ଯ୍ୟନ୍ତ କର୍ମଚାରୀ ମାନେ କାର୍ଯ୍ୟାଳୟ ବାହାରକୁ ବା ବାହର ଲୋକ କେହି ଯାଇ ପାରିନଥିଲେ । ସତ୍ୟବାଦୀ ବ୍ଳକର ୨୪ ଟି ପଞ୍ଚାୟତରୁ ଶତାଧିକ ପୁରୁଷ ମହିଳା ମାନେ ଧାରଣା ଦେଇ ବସି ରହିଥିଲେ । ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତହସିଲଦାର କସ୍ତୁରୀ ପ୍ରଧାନ ଓ ଆନ୍ଦୋଳନ କାରୀଙ୍କ ସହିତ ଆଲେଚନା କରିଥିଲେ । ଶୁକ୍ରବାର ଦିନ ଫନିରୁ ବାଦ ପଡିଥିବା ବ୍ୟକ୍ତି ବିଶେଷ ମାନେ ସେମାନଙ୍କର ଘରଭଙ୍ଗା ଫଟୋ, ଆଧାରକାର୍ଡ ସହିତ ବ୍ୟାଙ୍କ ଆକାଉଣ୍ଟ ବହିର ଜେରକ୍ସ କପି ଦେବା ସହ ଯେଉଁମାନଙ୍କର ସଠିକ ତଥ୍ୟ ଆସିବ ସେମାନଙ୍କ ଅକାଉଣ୍ଟକୁ ଟଙ୍କା ଛଡାଯିବା ପାଇଁ ନିସ୍ପତି ଗ୍ରହଣ କରାଗଲା ବୋଲି ନବନିର୍ମାଣ କୃଷକ ସଂଗଠନର ଆବାହକ ଗୋବିନ୍ଦ ମହାପାତ୍ର ଜଣାଇଥିଲେ । ମାତ୍ର ଲୋକଙ୍କ ର ତହସିଲଦାରଙ୍କ କଥା ଉପରେ ବିଶ୍ୱାସ ନ ରହିବାରୁ ସେମାନେ ସେଠାରେ ରୋଷାଇ କରି ଖାଇପିଇ ବସି ରହିଛନ୍ତି । କାରଣ ୨୨ ତାରିଖ ଦିନ ତହସିଲ କାର୍ଯ୍ୟାଳୟରେ ତାଲା ପକାଇଥିଲେ । ସେ ଦିନ ନିସ୍ପତି କରାଯାଇଥିଲା ଯେ ୨୫ ତାରିଖ ଦିନ ଏହି ଆନ୍ଦୋଳନ ସମାପ୍ତ ହେବ । ଫନିରୁ ବାଦ ପଡିଥିବା ହିତାଧିକାରୀଙ୍କ ଆକଉଣ୍ଟକୁ କ୍ଷତିପୂରଣ ଅର୍ଥ ଦିଆଯିବ ବୋଲି କୁହାଯାଇଥିଲା । ବାରମ୍ବାର ଆନ୍ଦୋଳନ କାରୀ ମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦିଆଯାଉଥିବାରୁ ଆଉ ବିଶ୍ୱାସ ରହୁନାହିଁ ବୋଲି ଆନ୍ଦୋଳନକାରୀ ମାନେ କହିଥିଲେ । ଫଣିକ୍ଷତିଗସ୍ତ କିୟାନୁଷ୍ଠାନ କମିଟିର ସତ୍ୟବାଦୀ ବ୍ଳକର ଉପସଭାପତିଶରତ ଚନ୍ଦ୍ର ପ୍ରଧାନ କହନ୍ତି । ଏଣୁ ଲୋକମାନେ ନ୍ୟାୟ ପାଇବା ପର୍ଯ୍ୟନ୍ତ ଏଠାରେ ରହିବେ ବୋଲି ସେ କହନ୍ତି ।‘ଣିକ୍ଷତିଗସ୍ତ କିୟାନୁଷ୍ଠାନ କମିଟିର ସତ୍ୟବାଦୀ ବ୍ଳକର ସଭାପତି ପ୍ରାଣନାଥ ବିଶ୍ୱାଳ, ଉପସଭାପତି ଶରତ ଚନ୍ଦ୍ର ପ୍ରଧାନ ଙ୍କ ସହିତ ମଙ୍ଗୁଳି ବିଶ୍ୱାଳ,ବିଷ୍ଣୁ କୁମାର ନାୟକ, ଲକ୍ଷ୍ମୀପିୟା ପ୍ରଧାନ, କନକ ଲତା ପ୍ରଧାନ, ବିଷ୍ଣପିୟା ରଥ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି