Breaking News

ଓଡ଼ଗାଁ ଅଞ୍ଚଳରୁ ୯୧ଜଣଙ୍କର ସ୍ୱାବ ସଂଗ୍ରହ


ଓଡ଼ଗାଁ/କୁରାଳ - ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସୁନାମୁଁହିଁ ଗ୍ରାମରେ ବାହ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା  ପ୍ରକାଶ ପାଇଛି । ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଏଡ଼ାଇବା ପାଇଁ ଆକ୍ରାନ୍ତଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ସ୍ୱାବ ସଂଗ୍ରହ କରାଯାଇଛି । ଆଜି ମୋଟ ୯୧ ଜଣଙ୍କର ସ୍ୱାବ ସଂଗ୍ରହ କରାଯାଇଅଛି ବୋଲି ଅସମର୍ଥୀତ ସୂତ୍ରରୁ ସୂଚନା ମିଳିଛି । ସେଥି ମଧ୍ୟରୁ କୁରାଳ ସଙ୍ଗରୋଧ ଗୃହରୁ ୨୧ଜଣ,ସୁନାମୁହିଁ ସଙ୍ଗରୋଧ ଗୃହରୁ ୧୮ ଜଣ , ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୨୩ଜଣ ଏବଂ ଆକ୍ରାନ୍ତ ଗମନ କରିଥିବା ମେଡିକାଲ ଷ୍ଟାଫ ଏବଂ ପ୍ରାଇଭେଟ କ୍ଲିନିକ ର ୮ଜଣ ,ଏବଂ କୋମଣ୍ଡ ସଂଗରୋଧର ୧୦ଜଣ ,ରୋହିବାଙ୍କ ସଙ୍ଗରୋଧ ଗୃହର ୯ ଜଣ ଏବଂ ଓଡ଼ଗାଁର ୨ ଜଣ ଅଟନ୍ତି ।

ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

Blog Archive

Popular Posts