ଯୁବ ସମାଜସେବୀଙ୍କର ଅକାଳ ବିୟୋଗ
ଡେଲାଙ୍ଗ --------ଡେଲାଙ୍ଗ ବ୍ଳକର ସୁଜନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଟଣପୁର ଗ୍ରାମରେ ଗଡି ଉଡିଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫେଣ୍ଡସ କ୍ଳବର ସମ୍ପାଦକ ତଥା ଯୁବ ସାମାଜସେବୀ ସୁରେଶ କୁମାର ପୁଷ୍ଟି ( ୩୭)ଙ୍କର ଅକାଳ ବିୟୋଗ ହୋଇଯାଇଛି । ଏହି ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋଖର ଛାୟା ଖେଳିଯାଇଛି । ସେ ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ହୋଇ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସା ହେଉଥିଲେ । ଚିକିତ୍ସାରେ କୌଣସି ସୁଫଳ ନ ମିଳିବାରୁ ଘରକୁ ଫେରି ଆସିଥିଲେ । ନିଜ ବାସଭବନରେ ପରଲୋକ ହୋଇଯାଇଛି । ଜନସେବା କ୍ଷେତ୍ରରେ ସେ ନିଜକୁ ଉତ୍ସଗ କରି ଦେଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ନିଜର ଛୋଟ ପୁତ୍ର ଓ ପରିବାର ବର୍ଗ ଉପସ୍ଥିତ ରହିଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସତ୍କାର କରାଯାଇଥିଲା । ବଡଭାଇ ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ କ୍ଳବର ସଭାପତି ପ୍ରସନ୍ନ ସମାନ୍ତରାୟ ଓ ଅଶୋକ କୁମାର ନାୟକ, ବିଶ୍ୱ ବିହାରୀ ବେହେରା, ସମସର ଅଲ୍ଲୀ ଖାନଙ୍କ ସହିତ କ୍ଳବର ସମସ୍ତ ସଦସ୍ୟ ଭଗୀର ଶୋକ ବ୍ୟକ୍ତ କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି